ସୁବର୍ଣ୍ଣପୁର ରୁ ଗଡିଲା ଟ୍ରେନ୍ ; ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ବୀରମହାରାଜପୁର : (ସୌମିତ୍ରି ମେହେର) ଆଜି ଠାରୁ (ସୁବର୍ଣ୍ଣପୁର ) ପାତାଳୀ ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଟ୍ରେନ ସେବା ର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛିନ୍ତି । ଶନିବାର ଆଇ ଆଇ ଏମ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିବା ବେଳେ ଦିନ ଗୋଟାଏ ରେ ସମ୍ବଲପୁର ରୁ ଭିଡିଓ କନଫରେନ୍ସସି ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ରେଳ ଷ୍ଟେସନ ର ଲୋକାର୍ପଣ କରିବା ସହ ଟ୍ରେନ ସେବାକୁ ଶୁଭାରମ୍ଭ କରିଥିଲେ। ରେଳ ଚଳାଚଳ ଆରମ୍ଭ ହେବା ଦ୍ଵାରା ଭୁବନେଶ୍ଵର-ବଲାଙ୍ଗୀର ଇଣ୍ଟରସିଟି କୁ ସଂପ୍ରସାରଣ କରି ସୁବର୍ଣ୍ଣପୁର ରୁ ଭୁବନେଶ୍ୱର ଓ ସୁବର୍ଣ୍ଣପୁର ରୁ ସାପ୍ତାହିକ ପୁରୀ ଟ୍ରେନ ଚଳାଚଳ କରିବା ନେଇ ପୂର୍ବତନ ରେଳପଥ ପକ୍ଷରୁ ସୂଚନା ମିଳିଛି । ଦୀର୍ଘ ବର୍ଷର ସ୍ବପ୍ନ ଆଜି ଜିଲ୍ଲାବାସୀଙ୍କ ସାକାର ହୋଇଯାଇଛି । ଯାହା ଫଳରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।