ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଚେତାବନୀ ଦେଇଛନ୍ତି । ପିଏମ ମୋଦୀଙ୍କ କହିବା କଥା ମନ୍ତ୍ରୀ କୌଣସି ରାଜନୈତିକ ବିଶ୍ଳେଷକଙ୍କ କଥାରେ ନ ପଡି ଆଗାମୀ ଲୋକସଭା ୨୦୨୪ ପାଇଁ ସର୍ବଶ୍ରେଷ୍ଠ ଉଦ୍ୟମ କରନ୍ତୁ । ମନ୍ତ୍ରୀମାନଙ୍କୁ ମୋଦୀ ଏମିତି ସମୟରେ ଉପଦେଶ ଦେଇଛନ୍ତି ଯେତେବେଳେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରୁ ହିନ୍ଦୀ ଭାଷାଭାଷି ସହିତ ସମଗ୍ର ଦେଶରେ ବିଜେପି ପାଇଁ ଅନୁକୂଳ ମାହୋଲ ସୃଷ୍ଟି କରିଛି ।
ପିଏମ ମୋଦୀ ନିଜ ମନ୍ତ୍ରୀମାନଙ୍କୁ କହିଛନ୍ତି, ଯେ ପର୍ଯ୍ୟନ୍ତ କାମ ପୂରା ନ ହୋଇଛି ସେ ପର୍ଯ୍ୟନ୍ତ ହାଲକା ଭାବେ ନିଅନ୍ତୁ ନାହିଁ । ପାର୍ଟିକୁ କେବେ ବି ୨୦୦୪ ନିର୍ବାଚନର ଡର ଘାରୁଥିଲା, ଯେଉଁଠି ବିଜେପି ଶେଷ ସମୟରେ ଅବହେଳା କରି ଥିଲା । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକସଭାରେ ବିଜେପିଠୁ କେବଳ ୭ ସିଟ୍ ଆଗରେ ରହି ସବୁଠୁ ବଡ ପାର୍ଟି ହୋଇଥିଲା । ଏହା ପରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ୟୁପିଏ ମେଂଟ କ୍ଷମତାରେ ରହିଲା । ମନମୋହନ ସିଂ ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେଣୁ ୨୦୦୪ ମସିହାର ଭୁଲ୍ ନ ଦୋହରାଇବାକୁ ପିଏମ ମୋଦୀ ନେତାମାନଙ୍କୁ ଉପଦେଶ ଦେଇଛନ୍ତି ।
ବର୍ତମାନର ସ୍ଥିତିକୁ ଦେଖିଲେ ବିଜେପି ନେତାମାନେ ‘ଅବକି ବାର ୪୦୦’ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । ପିଏମ ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହ ଏହି ସଂଖ୍ୟାକୁ ନେଇ କୌଣସି ପ୍ରକାରର ଅବହେଳା ନ କରିବାକୁ ମନ୍ତ୍ରୀ ଓ ନେତାମାନଙ୍କୁ କହିଛନ୍ତି । ପାର୍ଟି ନେତାମାନଙ୍କୁ ୪୦୦ ଲକ୍ଷ୍ୟ ନେଇ ଆଗକୁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।