Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣା ମୋରମ ଖାଦାନ କୁ ପୋଖରୀ ଦର୍ଶାଇ ମୃତ୍ତିକା ସଂରକ୍ଷଣ ବିଭାଗରେ ବ୍ୟାପକ ଅର୍ଥ ହେରଫେର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ (ଜଳ ବିଭାଜିକା ମିଶନ) ତରଫରୁ ଉଲୁଣ୍ଡା ବ୍ଳକ କଳାପଥର ଗ୍ରାମପଞ୍ଚାୟତ ପଧାନପାଲି (ନନ୍ଦିଘୋଷ ପାଲି) ଗାଁରେ ପୁର୍ବରୁ ରାସ୍ତା ନିର୍ମାଣ ପାଇଁ ଖୋଲାଯାଇଥିବା ମୋରୁମ୍ ଖଦାନକୁ ପୋଖରୀ ଖୋଳିବା ନାରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହେଉଛି । ଉକ୍ତ ବିଭାଗର କର୍ମଚାରୀ କିଛି ଦଳାଲଙ୍କ ସହିତ ମିଶି ମୋରୁମ୍ ଖଦାନକୁ ପୋଖରୀ ଦେଖେଇ ସରକାରୀ ଅର୍ଥ ଲୁଟ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ପଧାନପାଲି (ନନ୍ଦିଘୋଷ ପାଲି) ଗାଁ ରେ ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତା ପାଇଁ ବିଭିନ୍ନ ସ୍ଥାନରୁ ମୋରୁମ ଉଠି ରାସ୍ତା ଉପରେ ପକାଇ ଥିଲେ l ମୋରମ ଉଠି ଥିବା ଖଦାନକୁ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ଗତ ୨୦୨୧-୨୨ ରେ ମନରେଗା ଯୋଜନାରୁ କ୍ଷେତ୍ର ପୋଖରି ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଯାହାର କୋଡ ନମ୍ବର ୨୪୨୭୦୦୬/ଆ.ଏଫ/୧୦୭୫୯୭୯୩ ଏବଂ ୨୪୨୭୦୦୬/ଆ.ଏଫ/୧୦୫୭୪୦୨୫ ରେ କାର୍ଯ୍ୟ ଅନୁମୋଦନ କରି ୨ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରିଥିଲେ କିନ୍ତୁ ଉକ୍ତ ସ୍ଥାନରେ ପୁର୍ବରୁ ଖୋଲା ଯାଇଥିବା ମୁରୂମା ଖଦାନକୁ ବିଭାଗୀୟ କର୍ମଚାରୀ ଓ କିଛି ଦଲାଲ ପୋଖରି ଦର୍ଶାଇବା ପାଇଁ ୨୦୨୧-୨୨ ରେ ଉକ୍ତ ସ୍ଥାନକୁ କାଗଜପତ୍ରରେ ପୋଖରି ଦେଖେଇ ନିକଟରେ ଏକ ସୁଚନା ଫଳକ ଦେଇ,ମଞ୍ଜୁର ଟଙ୍କାକୁ ଚଳୁ କରିଥିବା ବେଳେ ଏଥିରେ ବିଭାଗୀୟ ଅଧିକାରୀ ସହଯୋଗ କରିଥିବା ଅଭିଯୋଗ ହୋଇଛି l ଏହିପରି ଭାବରେ ହେଉଥିବା ଦୁର୍ନୀତି କୁ ବିଭାଗୀୟ ମୁଖ୍ୟ କାହିଁକି ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ତାହା ସାଧାରଣରେ ବିଭାଗିୟ ଅଧିକାରୀଙ୍କ ଭୁମିକା ନେଇ ସନ୍ଦେହ ସୃଷ୍ଟି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ