Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲା ଏସ ଏସ ବି ଅଧ୍ୟାପକ -ଅଧ୍ୟାପିକା ସଂଘ ର ବୈଠକ ଗ୍ରେଡ ପେ ରେ ସଂଶୋଧନ ନହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ବର୍ଜ୍ଜନ କରିବାକୁ ନିଷ୍ପତ୍ତି।

ଗୋପାଳପୁର,୦୪/୦୨
ଗୋପାଳପୁର ସ୍ଥିତ ପାମ୍ ରିଗାଲ ରିସୋର୍ଟଠାରେ ଆଜି ଓଡିଶା ଏସ୍ ଏସ୍ ବି ଆଧ୍ୟାପକ- ଅଧ୍ୟାପିକା ସଂଘର ଗଞ୍ଜାମ ଶାଖା ଦ୍ୱାରା ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୂର ବିଧାୟକ ବିକ୍ରମ ପଣ୍ଡା ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଏସ୍ ଏସ୍ ବି ଆଧ୍ୟାପକ ମାନଙ୍କ ଗ୍ରେଡ୍ ପେ ସଂଶୋଧନ ଜନିତ ପ୍ରସଙ୍ଗ କୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟ ଚୟନ ବୋର୍ଡ (ଏସ୍ ଏସ୍ ବି) ଦ୍ୱାରା ୧୯୮୯ ମସିହାରେ ରାଜ୍ୟର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସରକାରୀ ମହାବିଦ୍ୟାଳୟ ଗୁଡିକରେ ଆଧ୍ୟାପକମାନଙ୍କୁ ୨୨୦୦ ରୁ ୪୦୦୦ ସ୍କେଲ୍‌ରେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ଷଷ୍ଠ ବେତନ କମିଶନ୍ ବା ORSP Rule ୨୦୦୮ ଅନୂସାରେ ଉକ୍ତ ସ୍କେଲକୁ ୧୫୬୦୦ ରୁ ୩୯୧୦୦ ସହ ଗ୍ରେଡ୍ ପ୍ ୫୪୦୦କୁ ଉନ୍ନୀତ ହୋଇଥିଲେ ମଧ୍ୟ ୨୦୧୬ ମସିହାରେ ଏସ୍ ଏସ୍ ବି ଦ୍ଵାରା ନିଯୁକ୍ତି ପାଇଥିବା ଆଧ୍ୟାପକ ମାନଙ୍କୁ ସରକାର ୪୬୦୦ ଗ୍ରେଡ୍ ପେରେ ନିଯୁକ୍ତି ଦେଇଥିଲେ। ୨୦୨୩-୨୪ ଶିକ୍ଷାବର୍ଷରେ ସରକାର ୪୬୦୦ ଗ୍ରେଡ୍ ପେ ରେ ବା ସପ୍ତମ ବେତନ କମିଶନ ଅନୂଯାୟୀ ଲେଭଲ୍ ୧୦ରେ ପି ଜି ଟି ବା ସ୍ନାତକତ୍ତୋର ଶିକ୍ଷକ ମାନଙ୍କୁ +୨ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ସକାଶେ ସେହି ସମାନ ସ୍କେଲ୍‌ରେ ନିଯୁକ୍ତି ଦେଇଛନ୍ତି। ଯାହା ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ କରିଛି। ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକାମାନେ +୩ ବା ସ୍ନାତକ ଓ ତତ୍ତୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସକାଶେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ୪୬୦୦ ଗ୍ରେଡ୍ ପେ ବା ଲେଭଲ୍ ୧୦ରେ ଅବସ୍ଥାପିତ କରିବା ଏକ ସରକାରୀ ତୃଟି ଅଟେ ଯାହାର ସଂଶୋଧନ ଅପରିହାର୍ଯ୍ୟ ବୋଲି ସଂଘ ପକ୍ଷରୁ ସରକାରଙ୍କ ଠାରେ ଅନେକ ସମୟରେ ଦାବୀ କରିଛି। ସରକାର ଯଦି ଆଗାମୀ ଦିନରେ ଏହି ତୃଟିର ସଂଶୋଧନ ନ କରନ୍ତି ତେବେ ରାଜ୍ୟର ସମସ୍ତ ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକା ଆଗାମୀ ଯୁକ୍ତ ଦୁଇ ପରୀକ୍ଷାକୁ ବର୍ଜ୍ଜନ କରିବେ ବୋଲି ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୫ ତାରିଖରୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଦାବି ପୂରଣ ପାଇଁ କଳାବ୍ୟାଜ ପିନ୍ଧି କଲେଜ ରେ କାମ କରି ଆସୁଛନ୍ତି। ଆଜି
ଅନୁଷ୍ଠିତ ବୈଠକରେ ଓଡିଶା ଏସ୍ ଏସ୍ ବି ଆଧ୍ୟାପକ ସଂଘର ଗଞ୍ଜାମ ଶାଖାର ସଭାପତି ଡ. ବାଲା ଶିବାଜୀ ପାତ୍ର , ସଂପାଦକ ଆତ୍ମପ୍ରକାଶ ନାୟକ , କୋର୍ କମିଟି ସଦସ୍ୟ ଓ ସଦସ୍ୟା ଡ. ସୁଜାତା ସାମନ୍ତରାୟ, ଡ. ସୁଶାନ୍ତ କୁମାର ସେଠୀ, ସମୀର କୁମାର ମିଶ୍ର , ଡ. କବିନ୍ଦ୍ର ସେଠୀ , କୋଷାଧକ୍ଷ ଡ. ରଞ୍ଜୁକ୍ତା ପାଣୀଗ୍ରାହୀ ଓ ୨୬ ଗୋଟି ମହାବିଦ୍ୟାଳୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।