ଗୋପାଳପୁର,୦୪/୦୨ ସେବା ହିଁ ପରମ ଧର୍ମ, ସେବା ହି କର୍ମ, ସେବା ହିଁ ଜୀବନ ମାର୍ଗରେ ପରିଚାଳିତ ହୋଇ, ନିସ୍ୱାର୍ଥ ପର ଭାବେ ଦୀର୍ଘ ୪୦ ବର୍ଷ ହେଲା ବ୍ରହ୍ମପୁର ସହ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜ ସେବା, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ରହ୍ମପୁର ମହୋତ୍ସବ, ଜରା ନିବାସ, ବୃକ୍ଷ ରୋପଣ, ପୂଜ୍ୟ ପୂଜା, ପ୍ରତିଭା ସମ୍ମାନ, କର୍ମଶାଳା ଆୟୋଜନ, ତାଲିମ ପ୍ରଦାନ, ପରିବାର ସମସ୍ୟା ସମାଧାନ, ଶିକ୍ଷା ସାହିତ୍ୟ, ମାତୃଭାଷା, ମାଟି ଓ ମା କୁ ଭଲ ପାଇବା ପରି କାର୍ଯ୍ୟକ୍ରମ ହାତକୁ ନେଇ ମହାନ୍ ସଂଘ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ ଏକ ଇତିହାସ ସୃଷ୍ଟି କରି ଅନ୍ୟ ଅନୁଷ୍ଠାନ ମାନଙ୍କ ନିମନ୍ତେ ପଥ ପ୍ରଦର୍ଶକ ହୋଇପାରିଛନ୍ତି ବୋଲି ଆଜି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ର ପୁର ଗ୍ରାମ ଠାରେ ଥିବା ବିଶ୍ବ ନିକେତନ ପରିସରରେ ସଂଘ ର ୪୦ତମ ବନ୍ଧୁ ମିଳନ ଅବସରରେ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି। ଆଈ ଏସ ଆର ଡି ର ନିର୍ଦ୍ଦେଶକ ସୁଧୀର ସାବତ, ବିଶିଷ୍ଟ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହେମାଙ୍ଗ ରାଉଳ, ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ସମାଜସେବୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରଭାକର ସାହୁ, ବାସୁଦେବ ସାହୁକାର, କିରଣବାଲା ମିଶ୍ର, ଡ ସୂଚନା ପାଢ଼ୀ, ଡ ସନ୍ଧ୍ୟା ରାଣୀ ପଟନାୟକ, ବାଳକୃଷ୍ଣ ସାମନ୍ତରା, ଶ ନଳିନୀ ସାହୁ,ୟୁ ଟିଭି ର ମୁଖ୍ୟ ସମ୍ପାଦକ ଗୋପାଳ ପଟନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବନ୍ଦିତା ତ୍ରିପାଠୀ, କର୍ଣଲ ଅଶୋକ ତ୍ରିପାଠୀ, ପୁଷ୍ପାଞ୍ଜଳି ମହାପାତ୍ର, ଦିଲୀପ ମହାପାତ୍ର, ସସ୍ମିତା ସାହୁ, ତ୍ରିନାଥ ନାୟକ, ସୁଭସ୍ମିତା ସାବତ, ବୃନ୍ଦାବନ ବେହେରା ଙ୍କ ସମେତ ବହୁ ସଂଗଠନ ର ମୁଖ୍ୟ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ , ବୁଦ୍ଧି ଜିବୀ, ଓ ସଦସ୍ୟ ସଦସ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସହ ସଂପାଦକ ପ୍ରକାଶ ଭାଜନି ଧନ୍ୟବାଦ୍ ଅର୍ପଣ କରିଥିଲେ ।