Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମିଜିମାକୂ କେନ୍ଦ୍ରକରି ହତ୍ୟାକାଣ୍ଡ….ବଡ ଭାଇ ଓ ପୁତୁରାର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ

ଗୋପାଳପୁର,୦୪/୦୨
ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କୋଇଠା ଗାଁ ଓଡିଆରପି କଲୋନୀରେ ଜମିଜମା କୁ କେନ୍ଦ୍ରକରି ବଡ଼ ଭାଇ ଓ ପୁତୁରାର ଟାଙ୍ଗିଆ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ ସାନଭାଇ ହେଲେ ଭୀମ ବେହେରା (୫୫) ବୋଲି ପୋଲିସ ସୂଚନା ଦେଇଛି l ପୋଲିସର ସୂଚନା ଅନୁଯାୟୀ କୋଇଠା ଓଡିଆରପି କଲୋନୀରେ ସୁରେନ୍ଦ୍ର ବେହେରା ଓ ସାନଭାଇ ମୃତ ଭୀମ ବେହେରା ପରିବାର ସହ କିଛି ବର୍ଷ ହେଲା ରହି ଆସୁଥିବା ବେଳେ କିଆ ବାଡ଼ ଓ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା l ଏ ନେଇ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ ମଧ୍ୟ ସମାଧାନ ପାଇଁ ବହୁବାର ସଭା କରାଯାଇ ଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା l ଆଜି ଅପରାହ୍ନ ସାଢେ ୩ ଟା ବେଳେ ଭୀମ ସୁରେନ୍ଦ୍ରଙ୍କ ଘରେ ପହଞ୍ଚି କିଆ ବାଡ଼ ବିଷୟକୁ ନେଇ ବଡ଼ ଭାଇ ସୁରେନ୍ଦ୍ରକୁ ଗାଳି ଗୁଲଜ କରିଥିଲେ । ଏଥିରେ ବଡଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଘରେ ଥିବା ଟାଙ୍ଗିଆ ଓ କାତି ଦ୍ଵାରା ଭୀମ ମୁଣ୍ଡକୁ ଆକ୍ରମଣ କରିଥିଲେ lଯାହା ଫଳରେ ଭୀମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ଭୀମଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠେଇଥିଲେ l ପୋଲିସ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆ ଓ କାତି ଜବତ କରିବ ସହ ସମ୍ପୃକ୍ତ ବଡ଼ ଭାଇ ଓ ପୁତୁରାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି lଘଟଣା ନେଇ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରି ଯାଇଥିବା ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories