Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଜଗନ୍ନାଥ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର (ସୌମିତ୍ରି ମେହେର) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ରବିବାର ଜଗନ୍ନାଥ ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜଗନ୍ନାଥ ସେନା ସଭାପତି ପ୍ରମୋଦ ପୋଢଙ୍କ ସଭାପତିତ୍ବରେ ତଥା ସନ୍ତୋଷ ପୂଜାହାରୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ନନ୍ଦ କିଶୋର ମିଶ୍ର , ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ , ରକ୍ତ ଦାତା ସଂଘର ସଦସ୍ୟ ରାମ ନାରାୟଣ ଦାସ , ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ମହତ୍ତ୍ଵ ତଥା ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜଗନ୍ନାଥ ସେନାର ସମସ୍ତ ସଦସ୍ୟ ଓ ଅତିଥିଗଣ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ‘ରକ୍ତ ଦାନ ଜୀବନ ଦାନ ‘ ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲା । ସମସ୍ତ ରକ୍ତ ଦାତା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।‌ ଡ. ପ୍ରବଣ ମହାପାତ୍ର ସମସ୍ତ ରକ୍ତ ଦାତା ମାନଙ୍କୁ ପରୀକ୍ଷା ନିରୀକ୍ଷା କରି ରକ୍ତ ସଂଗ୍ରହ କରିଥିଲେ । ସୋନପୁର ବ୍ଳଡ ବ୍ୟାଙ୍କ କର୍ମଚାରୀ ଜଗତ ଦରୁଆନ , ଟିଟୁ ଭୋଇ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ ସହଯୋଗ କରିଥିଲେ। ସେନାର ସକ୍ରିୟ ସଦସ୍ୟ ଉପେନ୍ଦ୍ର , କିଶୋର , ସଂପଦ , ଚମ୍ପେ , ନନ୍ଦନ ଓ ଭବନ ସହଯୋଗ କରିଥିବା ବେଳେ ସଂପାଦକ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।