Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଶ୍ରୀ ଅରବିନ୍ଦ ଏଜୁକେସନାଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରାଣୀପୁର ସ୍ଥିତ ଶ୍ରୀ ଅରବିନ୍ଦ ଏଜୁକେଶନାଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ( ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଦ୍ୱାଦଶ ଓ ଅବଦୁଲ କlଲlମ ପବ୍ଲିକ ସ୍କୁଲ ର ଚତୁର୍ଥ ବାର୍ଷିକୋତ୍ସବ ) ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ସଭାରେ ବୀରମହାରାଜପୁର ତହସିଲଦାର ଆମ୍ବୃତଲାଲ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରକାଶ ସେଠ ଯୋଗଦେଇ ବୈଜ୍ଞାନିକ ଶେଷ କିସାନ ଭଳି ପରିଶ୍ରମି ହେବାକୁ ପରାମର୍ଶ ଦେଇଥିଲେ l ଟ୍ରଷ୍ଟ ର ସମ୍ପାଦକ ମନୋରଞ୍ଜନ ଦାଶ ସଭା ପରିଚାଳନା କରିଥିଲେ ଓ ନବାରୁଣ ଦେବଦତ୍ତ ଶତପଥୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଦ୍ବିତିକୃଷ୍ଣ ପଣ୍ଡା ଯୋଗଦେଇଥିଲେ l ଏ ଅବସରରେ ବିଭିନ୍ନ ବର୍ଗ ର ପାରଦର୍ଶିତା ଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା l କର୍ମଯୋଗୀ ସମ୍ମାନ ରେ ବୀରମହାରାଜପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ , ସାମ୍ବାଦିକ ଯୁଗଳ ମିଶ୍ର ଙ୍କୁ ସମାଜସେବୀ ପୁରସ୍କାର , କିଶୋର ହୋତା ଙ୍କୁ କର୍ମବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଠିକ ସେହିପରି ଆଲୋକ ଦେହେରି ଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଅରମାନ ପଣ୍ଡା ଙ୍କୁ ମେଧାସମ୍ମାନ ରେ ଓ ପ୍ରଦୀପ ମିଶ୍ର ଙ୍କୁ ଶ୍ରେଷ୍ଠ ଅଭିଭାବକ ଭାବରେ ସମ୍ମାନିତ କରାଯାଇ ଥିଲା l ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶେଷରେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I