Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ସମନ୍ବୟ ସମିତି କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି, ୦୫/୦୨ (ଜଗନ୍ନାଥ ନାଏକ) : କେସିଙ୍ଗା ସ୍ଥିତ ପଣ୍ଡରା ଭବନ ଠାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମିତିକୁ ସୁଦୃଢ କରିବା ସହିତ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଆଲୋଚନା କରି ଆଗାମୀ ଦିନରେ କୃଷକ ସଂଗଠନକୁ ଗ୍ରାମାଞ୍ଚଳରେ କିପରି ପହଞ୍ଚାଇ ହେବ ତାହା ଉପରେ ବିଶଦ ଭାବେ ଆଲୋଚନା କରାଯାଇ ଥିଲା। କଳାହାଣ୍ଡି ଜିଲ୍ଲା ସମେତ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନେ ଏଥିରେ ଭାଗ ନେଇ ଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ସଂଯୋଜକ ବ୍ୟମକେଶ ଠାକୁର, ପ୍ରବକ୍ତା ସରୋଜ ମହାନ୍ତି, ଦିଲ୍ଲୀପ ଘଡେ଼ଇ, ସୁଶୀଲ ସାହୁ, ରମେଶ ମହାପାତ୍ର, ବାଳକୃଷ୍ଣ ଷଣ୍ଢ, କଳାହାଣ୍ଡିର ନିରଞ୍ଜନ ବିଦ୍ରୋହୀ, ଲକ୍ଷ୍ମଣ ରଣବୀର ଓ ନର୍ଲା ବ୍ଳକ କୃଷକ ସଂଗଠନର ଆବାହକ କୁମୁଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଗଠକ ଲିଙ୍ଗରାଜ ଆଜାଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories