ଗୁଦୁଗୁଦା ପଞ୍ଚଖଣ୍ଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଅମରପାଲି କୁ ହରାଇ ଅନ୍ଧାରି ଦଳ ଚାମ୍ପିଆନ୍


ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ର ଗୁଦୁଗୁଦା ଗ୍ରାମରେ ହେଉଥିବା ତୃତୀୟ ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ଅମରପାଲି କୁ ହରାଇ ଅନ୍ଧାରୀ ( ଯୁଯୁମୁରା) ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ରେ ଅନ୍ଧାରୀ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୮୪ ରନ କରିଥିଲା। ଜବାବରେ ଅମରପାଲି ଦଳ ୭ ଓଭର ରେ ସମସ୍ତ ଉଇକେଟ ହରାଇ ୪୬ ରନ କରି ପରାସ୍ତ ହୋଇଥିଲା । ପୀତାମ୍ବର ସାହୁ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଆତ୍ମା ଅଧ୍ୟକ୍ଷ ବିବସ୍ଵତି ପଣ୍ଡା , ବହଳପଦର ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା , ଅମରପାଲି ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ , ପ୍ରାଣବନ୍ଧୁ ସାହୁ , କ୍ରୀଡାବିତ ଚମ୍ପେଶ୍ୱର ମିଶ୍ର ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ଉପଦେଷ୍ଟା ମକରଧ୍ବଜ ମିର୍ଦ୍ଧା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅମରପାଲି ର କୁନୁ ଭୋଇ ଙ୍କୁ ଏମରଜିଙ୍ଗ ପ୍ଲେୟାର , ମୁକେଶ ସେଠ ଙ୍କୁ ଶ୍ରେଷ୍ଠ ଶିକ୍ସର , ଅନ୍ଧାରୀ ର ସୁମନ୍ତ ବିଶ୍ଵାଳ ଙ୍କୁ ଶ୍ରେଷ୍ଠ ବୋଲର , ଲିପୁନ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ବାବୁଲାଲ ମୁଣ୍ଡା ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ଅନ୍ଧାରୀ ଦଳକୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଅମରପାଲି ଦଳକୁ ନଗଦ ୬ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚ୍ ବିଷ୍ଣୁ ପ୍ରଧାନ ଓ କାହ୍ନା ଭୋଇ ପରିଚାଳନା କରିଥିବା ବେଳେ ରଘୁମଣି ପୁଟା ଓ ସବ୍ୟସାଚୀ ବଘାର ସ୍କୋରିଙ୍ଗ ଏବଂ ଗୋବିନ୍ଦ ମିର୍ଦ୍ଧା ଧାରା ବିବରଣୀ ପ୍ରଦାନ କରିଥିଲେ।