ବୀରମହାରାଜପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ଆନୁକୁଲ୍ୟରେ ମୋ ପଞ୍ଚାୟତ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଞ୍ଚାୟତ ର ସରପଞ୍ଚ ମହେନ୍ଦ୍ର ଜଗଦଲା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବିଡ଼ିଓ ରଘୁନାଥ ପାଣିଗ୍ରାହୀ , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଏବିଡିଓ ପୁରୁଷୋତ୍ତମ ଧରୁଆ , ସମିତିସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିମାନେ ନବୀନ ପଟ୍ଟନାୟକ ସରକାର ଙ୍କ ଲୋକାଭିମୁଖୀ ଯୋଜନା ର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ମିଶନ ଶକ୍ତି ଦ୍ୱାରା ବିଭିନ୍ନ ଷ୍ଟଲ ଲାଗିଥିଲା l ଘନ ଶ୍ୟାମ ଲୁହା , ନାରାୟଣ ମହାକୁର , ସୁରଜ କୁମ୍ଭାର ଓ ସାଥି ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଉପଲକ୍ଷେ ଚମ୍ପାମାଲ ଗ୍ରାମପଞ୍ଚାୟତ ର ଉନ୍ନତି କୁ ନେଇ ଏକ ସ୍ମରଣିକା ମଧ୍ଯ ଉନ୍ମୋଚନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଚମ୍ପାମାଲ ଏମ ବି କେ ବୀଣାପାଣି ହୋତା , ସଭାପତି ଯାଜ୍ଞଶ୍ବରୀ ମିଶ୍ର , ବ୍ଲକ ଅଧିକାରୀ, ଇ ସି. ମେମ୍ବର ଓ ସାଧାରଣ ଲୋକେ ଯୋଗଦାନ କରିଥିଲେ l ସେହିପରି ବହଳପଦର ପଞ୍ଚାୟତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଏବିଡିଓ ପୁରୁଷୋତ୍ତମ ଧରୁଆ , ସରପଞ୍ଚ ନିରୁପମା ସେଠୀ , ସମିତି ସଭ୍ୟା ସୁଗନ୍ଧା ଘିବିଲା ପ୍ରମୁଖ ଯୋଗଦେଇଥିଲେ।