Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ହଗାଁ ଠାରେ ଗୌରୀ ଶଙ୍କର ମେମୋରିଆଲ କ୍ରିକେଟ ଫାଇନାଲ ରେ ବାନେର ମନଷ୍ଟାର କଳାହାଣ୍ଡି ଦଳ ଚାମ୍ପିୟାନ।

କୋକସରା:୦୬/୦୨
କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଁଗାଁ ଖେଳ ପଡ଼ିଆ ରେ ଆୟୋଜିତ ଗୌରୀ ଶଙ୍କର ମେମୋରିଆଲ କ୍ରିକେଟ ଫାଇନାଲ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଫାଇନାଲରେ ଖେଳ କମିଟି ର ସଭାପତି କ୍ଷମାନିଧି ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ଆୟୋଜିତ ଏହିଭଳି କ୍ରୀଡା ଆମ ବ୍ଲକ ରେ ରହିଥିବା ଯୁବ ଖେଳାଳି ଙ୍କ ପାଇଁ ଏକ ପ୍ଲାଟଫର୍ମ ଆଗକୁ ସେମାନେ ଜିଲ୍ଲା ରାଜ୍ୟ ସ୍ତରରେ ଖେଳିବାକୁ ସୁଯୋଗ ପାଇବେ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଭାରତୀୟ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ହଂସ, ସମାଜସେବୀ ଅଶୋକ କୁମାର ପୁଝାରି,କୃଷି ସମବାୟ ସଭାପତି ବ୍ରଜରାଜ ନାଏକ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ନାଏବ ସରପଞ୍ଚ ସୁଦର୍ଶନ ହଂସ,ରାଧା ଗୋବିନ୍ଦ ପଟ୍ଟନାୟକ, ଲଳିତ କୁମାର ମିଶ୍ର ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ସଂଯୋଜନା ମଧୁସୂଦନ ବାଗ ଓ ତ୍ରିନାଥ ମଙ୍ଗରାଜ କରିଥିଲେ।ଅମ୍ପିଆର ଭାବେ ଲଳିତ ମୋହନ ନାଏକ,ଶିଵ ପ୍ରସାଦ ବାଗ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ କିଶୋର ମଙ୍ଗରାଜ, କୌଦଣ୍ଡ ନିଆଲ, ତ୍ରିଲୋଚନ ବାଗ ଦେଇଥିଲେ ଫାଇନାଲ କ୍ରିକେଟ ଖେଳ ବାନେର ଓ ବେହେରା ଟିମ ମଧ୍ୟରେ ଚିତାକର୍ଷକ ସ୍ଥିତି ରେ ଶେଷ ହୋଇଥିବା ବେଳେ ବାନେର ମନଷ୍ଟାର କଳାହାଣ୍ଡି ଟିମ ମ୍ୟାଚ ଚାମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଦଳ କୁ ଅତିଥିମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିବା ବେଳେ ଫାଇନାଲ ଖେଳ ଦେଖିବାକୁ ଦର୍ଶକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।