ଓଏଚପିସି ର ଜବର ଦଖଲ ଜମି, ଗୃହ, ଦୋକାନ ଆଦି ୧୫ ଦିନ ମଧ୍ୟରେ ଖାଲି କରିବାକୁ ବିଜ୍ଞପ୍ତି, ନହେଲେ କାର୍ଯ୍ୟାନୁଷ୍ଠାନ, ଚିନ୍ତାରେ ଚିପିଲିମାବାସୀ


ଚିପିଲିମା, ଓଡିଶା ଜଳବିଦ୍ୟୁତ ନିଗମ (ଓଏଚପିସି )ଅଧିନସ୍ଥ ଚିପିଲିମା ଜାଳବିଦ୍ୟୁତ ପ୍ରକଳ୍ପ (ସିଏଚଇପି ) ର ବିଜ୍ଞାପନ ଅନୁଯାୟୀ ସିଏଚଇପି ଅଧୀନରେ ଥିବା ଜମି, ବାସଗୃହ, ଆଦି କୌଣସି ବ୍ୟକ୍ତି ଜବର ଦଖଲ କରିପାରିବେ ନାହିଁ l ବାସଗୃହକୁ ଜବର ଦଖଲ, ଉକ୍ତ ଦୋକାନ, ବଜାର,ବାସଗୃହ, ବ୍ୟକ୍ତିଗତ ରାସ୍ତାନିର୍ମାଣ, ନଳକୂପ, ପାଣିପାଇପ ସଂଯୋଗ, ବିଦ୍ୟୁତ ସଂଯୋଗ ଆଦି କରି ପ୍ରକଳ୍ପ ସମ୍ପତ୍ତି କୁ ନଷ୍ଟ କରିପାରିବେ ନାହିଁ l ଏହି ପରିପେକ୍ଷିରେ ପ୍ରକଳ୍ପ ଅଂଚଳର ଜନସାଧାରଣ ଙ୍କୁ ସୂଚାଇ ଦିଆଯାଇଛି କି ଜବର ଦଖଲ ଜମି, ବାସଗୃହ ଆଦି ୧୫ଦିନ ମଧ୍ୟରେ ଖାଲି କରିବାକୁ ଓଏଚପିସି କର୍ତୃପକ୍ଷ ନବକୃଷ୍ଣ ନାୟକ ଅନୁରୋଧ କରିଥିବାବେଳେ, ନ କଲେ ଖିଲାପିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଵିଜ୍ଞାପନ ଦେଇଛନ୍ତି l ଏପରିକି ମାଇକ ଯୋଗେ ସର୍ବସାଧାରଣ ପାଇଁ ଜବର ଦଖଲ ଜାଗା ଖାଲି କରିବାକୁ ସୂଚନା ଦିଆଯାଇଥିବାବେଳେ, ଵିଜ୍ଞାପନ ଚିଠା ମଧ୍ୟ ବଣ୍ଟା ଯାଇଥିବା ଜଣାପଡିଛି l ଏନେଇ ଚିପିଲିମାରେ ସବୁଠି ଚର୍ଚ୍ଚା ଧରିଥିବାବେଳେ, ସାଧାରଣରେ ଚିନ୍ତାର ବିଷୟ ପାଲଟିଛି.