ବୀରମହାରାଜପୁର : (ସୌମିତ୍ରି ମେହେର )
ବୀରମହାରାଜପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ତତ୍ତ୍ଵାବଧାନରେ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ବୁଧବାର ଏବିଡିଓ ପୁରୁଷୋତ୍ତମ ଧରୂଆ ଙ୍କ ସଂଯୋଜନା ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ପରିଚାଳନା ରେ ଅନୁଷ୍ଠିତ ସଚେତନତା ସଭାରେ ସ୍ଥାନୀୟ ଉଫୁଲା ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ର ସଭାପତି ଶ୍ରୀମତୀ ଶ୍ରୀୟା କର୍ମୀ ସଭାପତିତ୍ଵ କରି ଥିଲେ l ନିର୍ବାଚନ ଜିତିବାର ୨ ବର୍ଷର ବିକାଶ ଫର୍ଦ୍ଦ ଉପସ୍ଥାପନ କରି ଭୋଟର ଓ ପ୍ରଶାସନ ର ସହଯୋଗ କାମନା କରିଥିଲେ । ବ୍ଲକ କୃଷକ ଉପଦେଷ୍ଟା କମିଟି ଅଧ୍ୟକ୍ଷ ବିବଶ୍ଵତୀ ପଣ୍ଡା ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି , ପିତ।ମହୁଲ ସରuପଞ୍ଚ ଆକସ୍ମିତା ବଢ଼ିଆ , ବ୍ଲକ ସରପଞ୍ଚ ସଂଘ ସମ୍ପାଦକ ସୁର୍ଯ୍ୟ ନନ୍ଦ , ଉପଦେଷ୍ଟା ମହେନ୍ଦ୍ର ଜଗଦଲ।, ନାଏବ ସରପଞ୍ଚ କମଳିନୀ ମହାପାତ୍ର , କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ସାହୁ , ଯୋଗ ପ୍ରଶିକ୍ଷକ ଦ୍ଵିତିକୃଷ୍ନ ପଣ୍ଡା ପ୍ରମୁଖ ମଞ୍ଚ।ସିନ ଥିଲେ । ହିଲୁଙ୍ଗ, ଦୁର୍ଜନ ତୈଲI , ଉଫୁଳା, ଚମ୍ପାମାଲ , କେଉଁଝରିଆପାଲି ଆଦି ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ନାରାୟଣ ମହାକୁର ଗ୍ରୁପ ଅର୍କେଷ୍ଟ୍ର। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଚ ଗୀତ ପରିବେଷଣ କରିଥିଲେ । ଏମବିକେ ପଦ୍ମାଳୟା ନନ୍ଦ ଓ ସମସ୍ତ କେଡର , ୱାର୍ଡ ମେମ୍ବର ପଞ୍ଚାୟତ କର୍ମଚାରୀ , ଏସଇଏମ ପ୍ରମୁଖ ସହଯୋଗ କରିଥଲେ । ସରପଞ୍ଚଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନେକ ଦାବୀ ଆପତ୍ତି ଉପସ୍ଥାପନ କରିଥିଲେ । ବିଭାଗୀୟ କର୍ମଚାରୀ ଜନ ସାଧାରଣ ଓଡ଼ିଶା ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଏ ଅବସରରେ କଳାକାର ମାନଙ୍କୁ ସମର୍ଦ୍ଧିତ କରାଯାଇଛି I ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ତରଫରୁ ପିଠା ତିଆରି କରି ଉପସ୍ଥିତ ଜନତା ଙ୍କୁ ବଣ୍ଟନ କରାଯାଇ ଥିଲା l
ବୀରମହାରାଜପୁର ବ୍ଲକ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ
