ଖମ୍ବେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଡୁଲେଶ୍ଵର କୁ ହରାଇ ସୁବଳୟା ଦଳ ସେମିଫାଇନାଲ ରେ ପ୍ରବେଶ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଟେଭାପଦର ରେ ହେଉଥିବା ମା ‘ ଖମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ର ବୁଧୁବାର ଥିଲା ଦ୍ଵିତୀୟ ଦିବସ । ବୁଧୁବାର ପ୍ରଥମ ମ୍ୟାଚ ଟି ଗୋବିନ୍ଦପୁର ଓ ଡୁଲେଶ୍ୱର ମଧ୍ୟରେ ହୋଇଥିଲା । ଏଥିରେ ପ୍ରଥମେ ଗୋବିନ୍ଦପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪୭ ରନ କରିଥିଲା । ଜବାବରେ ଡୁଲେଶ୍ୱର ଦଳ ଆବଶ୍ୟକୀୟ ୪୮ ରନ କୁ ୭.୨ ଓଭର ରେ ସଂଗ୍ରହ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ସୁବଳୟା ଓ ଜଟେସିଂହା ମଧ୍ୟରେ ହୋଇ ଥିବା ବେଳେ ଜଟେସିଂହା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୧୦୫ ରନ କରିଥିଲା । ଜବାବରେ ସୁବଳୟା ଦଳ ୭.୨ ଓଭର ରେ ୧୦୬ ରନ କରି ବିଜୟୀ ହୋଇଥିଲା। କ୍ୱାଟର ଫାଇନାଲ ମ୍ୟାଚ ଟି ସୁବଳୟା ଓ ଡୁଲେଶ୍ୱର ମଧ୍ୟରେ ହୋଇଥିଲା। ଏଥିରେ ଡୁଲେଶ୍ଵର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪୮ ରନ କରିଥିଲା । ସୁବଳୟା ଦଳ ଆବଶ୍ୟକୀୟ ୪୯ ରନ କୁ ୩ ଓଭର ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ କ୍ରୀଡାବିତ ସତ୍ୟ ମହାକୁର ଅତିଥି ଭାବେ ଯୋଗଦେଇ ସୁବଳୟା ର ମୁନୁ ମେହେର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ ଗୁଡିକରେ ରୁଦ୍ର ପ୍ରକାଶ ମହାକୁର ଓ ନେତ୍ରାନନ୍ଦ ବାଘ ଆମ୍ପାୟର, ସୁଧିର ମହାକୁର ସ୍କୋରର ଏବଂ ଠାକୁର ବେହେରା ଧରାବିବରଣି ପ୍ରଦାନ କରିଥିଲେ।