Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଳରୁ ବାସନ୍ଦ ନେଇ ଅତିରିକ୍ତ ଏସ. ପିଙ୍କୁ ନ୍ୟାୟ ପାଇଁ ସାକ୍ଷାତ କଲେ ଦମ୍ପତି

ଗୋପାଳପୁର ୮/୨
ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ସିନ୍ଧି ଗାଁ ର ବାସିନ୍ଦା ବି. ଭୀମାରାଓଙ୍କୁ ପ୍ରାୟ ୧୩ ବର୍ଷ ହେବ କୁଳରୁ ବାସନ୍ଦ କରିଥିବା ନେଇ ଆଜି ବ୍ରହ୍ମପୁର ଏସ. ପି କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସ. ପି ରମେଶ ଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରିବା ସହ ନ୍ୟାୟ ପାଇଁ ଲିଖିତ ପତ୍ର ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଭୀମାରାଓ ଦୀର୍ଘ ବର୍ଷ ହେଲା ସିନ୍ଧି ଗାଁ ରେ ରହି ଆସୁଥିଲେ l ସେ ଜଣେ ଡ଼ମ୍ବ କୂଳର ଅଟନ୍ତି l କୁଳର ଅନ୍ୟାୟ, ଅତ୍ୟାଚାର ଏବଂ ଏକଛତ୍ର ବାଦକୁ ବିରୋଧ କରୁଥିବାରୁ ତାଙ୍କୁ କୁଳର ନାଇଡୁ, ସମ୍ପାଦକ ଏବଂ ଭଦ୍ର ଲୋକ ମିଶି କୁଳରୁ ଏକ ଘରିଆ କରି କୌଣସି ଭୋଜି ଭାତ, ବନ୍ଧୁ ବାନ୍ଧବ, ମାଙ୍ଗଳିକା କାର୍ଯ୍ୟ ରୁ ଦୂରେଇ ରଖିବା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଲିଖିତ ଭାବେ ଅଭିଯୋଗ କରିଛନ୍ତି l କୂଳ ପକ୍ଷରୁ ବାସନ୍ଦ ଯୋଗୁଁ ତାଙ୍କ ପୁଅ, ଝିଅର ବିବାହ ହୋଇ ପାରୁନଥିବା ନେଇ ପୁଲିସକୁ ଅଭିଯୋଗ କରିବି ବୋଲି କହିବାରୁ କୁଳର ସଭ୍ୟ ମାନେ ଧମକ, ଚମକ ଦେଉଛନ୍ତି ।ଏହି ଘଟଣା ପରେ ସେ ଓ ତାଙ୍କ ପରିବାର ଜୀବନ ଓ ସମ୍ପତିକୁ ଅସୁରକ୍ଷିତ ଭାବି ଭୟରେ ଜୀବନ ବିତାଉଥିବା ବେଳେ ନ୍ୟାୟ ପାଇଁ ଗୋପାଳପୁର ଥାନାରେ ଗତ ନଭେମ୍ବର ୨୮ ତାରିଖରେ ଥାନାର ଦ୍ୱାରସ୍ତ ହୋଇଥିଲେ l କିନ୍ତୁ କୌଣସି ନ୍ୟାୟ ନ ମିଳିବାରୁ ବାଧ୍ୟ୍ୟ ହୋଇ ଭିମାରାଓ ବ୍ରହ୍ମପୁର ଏସ. ପି ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସ. ପି ଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ l ଏ ନେଇ ଏଏସପି ଶ୍ରୀ ସେଠୀ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଗୋପାଳପୁର ଥାନା ଅଧିକାରୀଙ୍କୁ ଏ ଉପରେ ତଦନ୍ତ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏ ନେଇ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ପୂର୍ବରୁ ଅଭିଯୋଗ ପତ୍ର ନେଇ ଆସିଥିଲେ l ପୁଣି ଆସିବାକୁ ଡ଼ାକି ଥିଲେ ସୁଦ୍ଧା ଆସିନଥିଲେ l ଆସନ୍ତା କାଲି ଏହାର ତଦନ୍ତ କରି କିପରି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories