ପାତାଳୀ ଶ୍ରୀକ୍ଷେତ୍ର ରେ 19 ତମ ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ସ୍ଥିତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ପାଇଁ ଆଜି ଭବ୍ୟ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରି ଜଗନ୍ନାଥ ପୋଖରୀ ରୁ ପୂର୍ଣ୍ଣ କଳଶ ବୋହି ଶୋଭାଯାତ୍ରା ରେ ବାହାରିଥିଲେ । ଯଥାବିଧି ଦେବ ନିମନ୍ତ୍ରଣ , କର୍ତ୍ତା କର୍ତ୍ତୀଙ୍କ ସଂକଳ୍ପ ଧାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧୫୧ ଜଣ ମହିଳା କଳଶ ଶୋଭାଯାତ୍ରା ରେ ବାହାରି ନାମ ମଣ୍ଡପ , ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ । ଏଥିପାଇଁ ଶୁକ୍ରବାର ପାତାଳୀ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହୋଇ ଉଠିଛି । ଆସନ୍ତାକାଲି ଠାରୁ ୫୬ ପ୍ରହର ନାମଯଜ୍ଞ ଆରମ୍ଭ , ଭାଗବତ ସପ୍ତାହ ପାରାୟଣ ଓ ଘୃତଯଜ୍ଞ ଓ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଆସନ୍ତା ୧୭ରେ ମହୋତ୍ସବ ପୂର୍ଣ୍ଣାହୁତି ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।