Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ମଣ୍ଟୁ ଖମାରୀ ଙ୍କୁ ସ୍ଵାଗତ

କଳାହାଣ୍ଡି, ୧୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେ ଯୋଗଦେଇଥିବା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଣ୍ଟୁ ଖମାରୀ ଙ୍କୁ “ଗଜାନନ ଯୁବକ ସଂଘ,ଭୋଇରମୁଣ୍ଡା” ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ ଓ ସମ୍ପାଦକ ଶ୍ରୀ ଅଶୋକ ସାହୁ ,ଖଗେଶ୍ବର ସାହୁ ପ୍ରମୁଖ ଫୁଳ ତୋଡା ଦେଇ ସ୍ୱାଗତ କରିଛନ୍ତି । କିଛି ସମୟ ଉଭୟଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ୍ ର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ଆଇନ୍ ଶୃଙ୍ଖଳା ବିଷୟରେ ଆଲୋଚନ ହୋଇଛି । ଅନୁଷ୍ଠାନ ର ଉନ୍ନତି ପାଇଁ ସହଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଅରୁରୋଧ କରାଯାଇଥିଲା । ବିଡିଓ ଯାହାକିଛି ସମସ୍ୟା ଅଛି ଆଗାମୀ ଦିନରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଭୋଇରମୁଣ୍ଡା ରୁ ତାଳଭଅଁରା ଛକ ରାସ୍ତା 2 କି.ମି. ଖାଲ ଢିପ ହୋଇଥିବାରୁ ଏହି ରାସ୍ତାକୁ ମେଟାଲ ମରୋମ କାମ କରିବାକୁ ଏକ ଲିଖିତ ଅନୁରୋଧ କରାଯାଇଛି । ଏହାକୁ ଏମଜିଏନ୍ଆରଜିଏସ୍ ବିଭାଗ କୁ ତୁରନ୍ତ ହସ୍ତାନ୍ତର କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ରେଗଡା ବସନ୍ତ ମିଶ୍ର ଙ୍କୁ ଯଥାଶୀଘ୍ର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଶ୍ରୀ ଖମାରୀ ତତ୍ପରତା ଦେଖାଇଥିବାରୁ ଅଶୋକ ସାହୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ