କାମାକ୍ଷାନଗର ମେଡିକାଲ ପରିବେଶ ଶୋଚନୀୟ


କାମାକ୍ଷାନଗର ମେଡିକାଲ ରେ ମେଡିକାଲ ରୁ ବାହାରୁଥିବା ଅଳିଆ ଆବର୍ଜନା ମେଡିକାଲ ପରିସରରେ ମାସ ମାସ ଧରି ପଡିରହୁଛି | ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରେ ମେଡିକାଲ ପ୍ରଶାସନ ବିଫଳ | ମେଡିକାଲରୁ ବାହାରୁଥିବା ବିଭିନ୍ନ ଅଳିଆ ଅନ୍ୟାନ୍ୟ ମେଡିକାଲ ଓ୍ବେଷ୍ଟ ପାଇଁ ପୃଥକ ପୃଥକ ଡଷ୍ଟବିନର ବ୍ୟବସ୍ତା ରହି ଥିବା ବେଳେ ତାକୁ ବ୍ୟବହାର ନ କରି ଗୋଟିଏ ଜାଗାରେ ମାସ ମାସ ଧରି ମେଡିକାଲ ୱେଷ୍ଟ କୁ ପକାଇ ଦେଉଛନ୍ତି | ଜାହା ପଚି ସଢି ଏମିତି ଦୁର୍ଗନ୍ଧ ବାହାରୁଚି ଯେଉଁଥିପାଇଁ ଲୋକ ଅସ୍ତବ୍ଯସ୍ତ ହୋଇପଡୁଛନ୍ତି | ମେଡିକାଲର କମ୍ପୋଷ୍ଟ ୟାର୍ଡ଼ କୁ ଲାଗି ଅଛି ଏକ ଫଳ ମାର୍କେଟ ଓ ଆହାର କେନ୍ଦ୍ର ଏଠାକୁ ହଜାର ହଜାର ଲୋକ ଆସନ୍ତି ଏଭଳି ଦୁର୍ଗନ୍ଧମୟ ପରିବେଶ ପାଇଁ ଗ୍ରାହକ ମାନେ ଏହି ମାର୍କେଟ କୁ ଆଶିବାପାଇଁ ନା ପସନ୍ଦ କରୁଛନ୍ତି | ସରକାର ସ୍ବଚ୍ଛତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କାମାକ୍ଷାନଗର ମେଡିକାଲ ପରିବେଶ ସ୍ବଚ୍ଛତା ଠାରୁ ବୋହୁ ଦୁରରେ |ମେଡିକାଲ କତୃପକ୍ଷ ଙ୍କୁ ପଚାରିବାରୁ ସେ ଦେଖିବେ ବୋଲି କହି କଲ୍ କାଟିଦେଲେ | ସାଧାରଣରେ ଏନେଇ ଅସନ୍ତୋଷ ବଢିବାରେ ଲାଗିଛି |ଅପେକ୍ଷା କେବେ ସ୍ବଚ୍ଛ ହେବ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଯେଉଁ ଉପଖଣ୍ଡ ଡାକ୍ତରଖାନା ଉପରେ ପଡୋଶୀ କେନ୍ଦୁଝର ଜିଲ୍ଲା ର ରୋଗୀ ଓ ଅନ୍ୟାନ୍ୟ 4 ଟି ବ୍ଲକ ର ରୋଗୀ ନିର୍ଭର କରନ୍ତି କିନ୍ତୁ ଏଭଳି ଅପରିଷ୍କାର ପରିବେଶ ପାଇଁ ରୋଗୀ ଓ ଅନ୍ୟମାନେ ଚିନ୍ତା ପ୍ରକଟ କରିଛନ୍ତି