Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାନ୍ଦୋଲ୍ ଡାଇମଣ୍ଡ କ୍ରିକେଟ୍ କ୍ଳବ୍ ଦ୍ଵାରା ଡାଇମଣ୍ଡକପ୍ ମ୍ୟାଚ୍ ଅନୁଷ୍ଠିତ ପ୍ରଥମ ଦିବସ

କଳାହାଣ୍ଡି, ୧୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଡାଇମଣ୍ଡ କ୍ଳବ୍ ଦ୍ଵାରା ୧୬ ଗୋଟି ଦଳ କୁ ନେଇ ଆୟୋଜିତ ନାନ୍ଦୋଲ୍ ଜୟଦୂର୍ଗା ଖେଳ ପଡ଼ିଆରେ ହୋଇଥିଲା । ପ୍ରଥମ ଦିବସରେ କଲମ ଗ୍ରାମ ଏବଂ ବାଦଲ ଦେଇ ଗ୍ରାମ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା, ପ୍ରଥମେ ଟଚ୍ ଜିତି କଲମ ବୋଲିଂ କରିବା ନିଷ୍ପତି ନେଇଥିଲା । ବାଦଲ ଦେଇ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ବିନିମୟରେ ୧୦ ୱିକେଟ ହରାଇ ୧୦୨ ରନ୍ ସଂଗ୍ରହ କରିଥିବାବେଳେ କଲମ ଦଳ ୧୧ ଓଭର ବିନିମୟରେ ୨ ୱିକେଟ୍ ହରାଇ ୧୦୩ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଉକ୍ତ ମ୍ୟାଚ୍ ରେ ମୁଖ୍ୟ ଅତିଥି ରୁପେ ସ୍ଥାନୀୟ ନାନ୍ଦୋଲ୍ ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମାଝୀ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରାଇଥିବାବେଳେ ,ମ୍ୟାଚ୍ କୁ ଅମନ୍ ବିଶ୍ଵାଳ ଏବଂ ମଣ୍ଟୁ ସାହୁ ପରିଚାଳନା କରିଥିଲେ ।