Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ଅଞ୍ଚଳରେ ଲୁଟ ଉଦ୍ୟମ ସମୟରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ ଦୁଇଦିନ ବିତିଥିଲେ ସୁଦ୍ଧା ପୋଲିସ ହାତ ଖାଲି

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଗୋଶାଳା ବିଟ ହାଉସ ଅଧିନସ୍ତ ଆଇଆଇଏମ ରୋଡ଼ ରେ ଗତ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜଣେ ଦୋକାନୀଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ହେବା ପରେ ଗୁଳି ଫୁଟିଥିବାବେଳେ, ଦୋକାନୀ ଓ ତାଙ୍କ ଜଣେ ସାଙ୍ଗ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି l ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ, ପୁଲିସ ଘଟଣା ସ୍ଥଳରୁ ଏକ ଗୁଳି ଜବତ କରି ଘଟଣାର ତଦନ୍ତ କରୁଛି l ଘଟଣାଟି ଦୁଇଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିଛି ଟେର ପାଇନି l ସୂଚନା ମୁତାବକ ଗୋଶାଳା ନିକଟସ୍ଥ ବୋୖଦିଆପଡ଼ାର ଜୀବନ ମହନ୍ତ ଗୋଶାଳାରେ ସିଏସପି ସେଣ୍ଟର କରିଛନ୍ତି lଦୋକାନ ସାରି ଘରକୁ ବାଇକରେ ଫେରୁଥିବା ସମୟରେ ସାଙ୍ଗରେ ତାଙ୍କ ସାଙ୍ଗ ମୋହନ ପେରା ସାଇକେଲରେ ଥିଲେ ଉକ୍ତ ସମୟରେ ତିନିଜଣ ଅଜଣା ଯୁବକ ମଟର ସାଇକେଲ ରେ ଆସି ଜୀବନ ର ସାମ୍ନାରେ ରଖି ହିନ୍ଦୀ ଭାଷାରେ ଟଙ୍କା ମାଗିଥିଲେ l ନଦେବାରୁ ପିସ୍ତଲ ବାହାରକରୁଥିବା ବେଳେ ଜୀବନ ସହ ଧସ୍ତାଧସ୍ତି ହୋଇଥିବାବେଳେ, ଉପର ମୁହାଁ ଗୁଳି ଫୁଟିଥିଲା ଦୁର୍ବୁର୍ତ୍ତ ମାନେ ସେଠାରୁ ସମ୍ବଲପୁର ପଟକୁ ପଳାଇଥିଲେ l ଗୁଳି ଫୁଟିବା ବେଳେ ଦୋକାନୀ ଜୀବନର ହାତ ସାମାନ୍ୟ ପଡିଥିବା ମଧ୍ୟ ଜଣାପଡିଛି l ପୋଲିସ ଏ ଦିଗରେ ଅପରାଧୀଙ୍କୁ ଧରିବା ଦିଗରେ ତତ୍ପରତା ପ୍ରକାଶ କରି ପୋଲିସ ପେଟ୍ରୋଲିଙ୍ଗ କୁ କଡାକଡି କରିବାକୁ ଦାବି ହେଉଛି l