ଚିପିଲିମା, ସମ୍ବଲପୁର ବୁର୍ଲାଥାନା ଗୋଶାଳା ସ୍ଥିତ ଗୋଶାଳା ହରିଓମ ଆଶ୍ରମ ଟ୍ରଷ୍ଟି କିଶନ ଆଗ୍ରୱାଲଙ୍କ ୬୬ ବର୍ଷ ବୟସରେ ବିୟୋଗ ଘଟିଥିବାବେଳେ, ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ମିଳିଥିବା ସୂଚନା ଅନୁଯାଇ ତାଙ୍କର ହଠାତ ପେଟରେ ୟନ୍ତ୍ରଣା ହେବାରୁ ବରଗଡ ବିକାଶ ଘରୋଇ ହସ୍ତପିଟାଲ ନିଆ ଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ରେ ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା l ସେ ଜଣେ ମେଳାପୀ, ସରଳ, ପରୋପକାରୀ, ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ l ତାଙ୍କରି ଦୁଃଖଦ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ, ଅନ୍ତିମ ଦର୍ଶନ କରିଥିଲେ l ସମ୍ବଲପୁର ରାଜଘାଟରେ ତାଙ୍କର ଶଵ ସତ୍କାର ହୋଇଥିବାବେଳେ, ତାଙ୍କ ପୁଅ ସୁନୀଲ ମୁଖାଗ୍ନି ଦେଇଥିଲେ l