ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଶନିବାର ୧୯ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ। ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଳାଟେନ୍ଦୁ ସିଂ, ଡେପୁଟି କଲେକ୍ଟର ଉପେନ୍ଦ୍ର କୁମାର ଦାଶ ଓ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ଯୋଗ ଦେଇଥିଲେ। ପ୍ରଥମ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ଭାଗବତ ସପ୍ତାହ ପାରାୟଣ , ୫୬ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଥିଲା । ପାତାଳୀ ଶ୍ରୀକ୍ଷେତ୍ର ର ଏକ ଲୋଗୋ ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଣ୍ଟ ଖୁଣ୍ଟୁଲାପାଲି , ବାଘପାଲି ୟୁପି ସ୍କୁଲ , ହରିଣାପାଲି ୟୁପି ସ୍କୁଲ୍ , ଖୁଣ୍ଟୁଲାପାଲି ୟୁପି ସ୍କୁଲ୍ , କୋଟସମଲାଇ ୟୁପି ସ୍କୁଲ୍ , ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ , ରେଡମ୍ ୟୁପି ସ୍କୁଲ୍ , ସିଣ୍ଢୋଳ ସ୍କୁଲ ଆଦି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ସଭା ସହ ଗୀତ , ନାଚ , ଅଭିନୟ ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସଭାରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ଜାନକୀରାମ ଦେହେରୀ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।
ପାତାଳୀ ଶ୍ରୀକ୍ଷେତ୍ର ରେ 19 ତମ ପାତାଳୀ ମହୋତ୍ସବ ଉଦଘାଟିତ
