Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ

ଗୋପାଳପୁର ୧୧/୨
ରଘୁନାଥପୁର ସ୍ଥିତ ପିତାମ୍ବର କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁର ମଣ୍ଡଳର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଶାସନିକ ଅଧିକାରୀ, ସାଧାରଣ ପରିଚାଳକ, ନିଗମ ମୁଖ୍ୟ କାର୍ଯ୍ୟାଳୟର ସୁକାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଓ ଭଞ୍ଜନଗର ଖଣ୍ଡିୟ ପରିଚାଳକ ଶଙ୍କର୍ଷଣ ବେହେରା, ଅନ୍ୟତମ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ତଥା ଓଡିଶା ନିଗମ କର୍ମଚାରୀ ମହାସଂଘର ଅଧକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ, କାର୍ଯ୍ୟ ସାଧାରଣ ସମ୍ପାଦକ ଫନିନ୍ଦ୍ର କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ପେନସନ ସଂଘଠନର କାର୍ଯ୍ୟ ଉପଦେଷ୍ଟା ନଟବର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ କର୍ମଚାରୀ ମାନଙ୍କ ବକେୟା ଷଷ୍ଠ ବେତନ ୨୦୦୬-୨୦୧୦ ପର୍ଯ୍ୟନ୍ତ ପ୍ରଦାନ କରିବା,ନିଗମ ଅଧୀନରେ ଥିବା କାଜୁ ବଗିଚାକୁ ସୁରକ୍ଷା ନିମନ୍ତେ ନିୟମିତ ଜଗୁଆଳି ନିଯୁକ୍ତି, ବ୍ରହ୍ମପୁର ମଣ୍ଡଳର ରାଜସ୍ୱ ଆଦାୟ ସୁଚାରୁ ରୂପେ କରାଯିବା,ବୌଦ୍ଧ ଖଣ୍ଡିୟ ପରିଚାଳକଙ୍କ ନିଜସ୍ୱ କାର୍ଯ୍ୟାଳୟ ସ୍ଥାପନ କରିବା, ନିଗମର ସ୍ୱୟଂ ଚାଳିତ କରତକଳ କାର୍ଯ୍ୟକ୍ଷମ କରିବା, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ପଡ଼ି ରହିଥିବା କାଠକୁ ତୁରନ୍ତ ବିକ୍ରୀ କରି ଜନସାଧାରଣଙ୍କ ଚାହିଦା ମେଣ୍ଟାଇବା ସହ ନିଗମର ରାଜସ୍ୱ ବୃଦ୍ଧି କରିବା, ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଟେଣ୍ଡରକୁ ଏମ ଏସ ଟିର ପରିବର୍ତନ କରାଇବା, ମୁଳ ପଦବୀ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦେବା ଆଦି ଉପରେ ଆଲୋଚନା ହୋଇଥିଲା l ଏହି ସବୁ ସମସ୍ୟା ମୁଖ୍ୟ ଅତିଥିଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ପତ୍ର ପ୍ରଦାନ କରିଥିଲେ l ଏ ନେଇ ବିଭାଗର ଉଚ୍ଚ କତୃପକ୍ଷଙ୍କୁ ଏବଂ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରି ରହିଥିବା ସମସ୍ୟାର ସମାଧାନ ଉପରେ ଦୃଷ୍ଟି ଦେବି ବୋଲି ଶ୍ରୀ ବେହେରା କହିଛନ୍ତି l ଏ ନେଇ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ କାଠ ବ୍ୟବସାୟୀଙ୍କ ସଂସ୍ଥା ପ୍ରତି ଆନ୍ତରିକ ରହିଥିଲେ ମଧ୍ୟ ନିଗମର କିଛି ଭୁଲ ଯୋଗୁଁ କାଠ ବ୍ୟବସାୟୀ ମାନେ କାଠ କିଣିବାରେ କଷ୍ଟକର ହଉଥିବା ସହ ରାଜସ୍ୱ କ୍ଷତି ସହୁଥିବା କହିଥିଲେ l ଏଥିରେ ମଣ୍ଡଳର ୧୫୦ ଜଣ କାଠ ବ୍ୟବସାୟୀ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories