Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ ଆଇ ୟୁ ସି ପ୍ରତିଯୋଗିତାରେ କବାଡି ମହିଳା ଦଳ ଚମ୍ପିୟାନ

ଗୋପାଳପୁର ୧୧/୨
କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଦ୍ୱିତୀୟ ଓଡ଼ିଶା ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା କବାଡି ଦଳ ଭୁବନେଶ୍ୱର କିଟ ବିଶ୍ଵବିଦ୍ୟାଳୟକୁ ୩୩/୨୧ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛି lଏହି କବାଡି ଦଳରେ ଆସିକା ସାଇନ୍ସ କଲେଜର ବର୍ଷାରାଣୀ ନାହାକ, ବି. ମନୀଷା ରେଡି, ପିପୁଲ୍ସ କଲେଜ ବୁଗୁଡ଼ାର ଲିମା ବେହେରା, ସନ୍ତୋଷିନୀ ନାୟକ, ଲିଜା ବେହେରା, କେ. ରୋଜା ପାତ୍ର, ଅର୍ପିତା ସେଠୀ, ଶର୍ମିଲା ସ୍ୱାଇଁ, ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରିୟଙ୍କା ନାୟକ, ଅଙ୍କିତା ବିଷୋୟୀ, ଶିବାନୀ ବିଷୋୟୀ, ସାମନ୍ତୀଆପଲ୍ଲୀ ଏସ. ବି. ପି ମହାବିଦ୍ୟାଳୟର ଦୀପ୍ତି ପଣ୍ଡା ରହିଥିବା ବେଳେ କୋଚ ଭାବେ ଭଞ୍ଜ କିଶୋର ଗୌଡ଼,ମ୍ୟାନେଜର ଭାବେ ସୁଶାନ୍ତ କୁମାର ବେହେରା ରହିଥିଲେ l କବାଡି ଦଳ ଚମ୍ପିୟାନ ହେବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,କ୍ରୀଡ଼ା ପରିଷଦ ସମ୍ପାଦକ ପ୍ରଫେସର ଗଣେଶ ସେଠୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରୁଷ ଫୁଟବଲ ଦଳ ପ୍ରଥମ ମ୍ୟାଚ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟକୁ ୨/୦ ଗୋଲରେ ହରାଇ ଥିବା ବେଳେ ଭୁବନେଶ୍ୱର କିଟ ବିଶ୍ଵବିଦ୍ୟାଳୟକୁ ୨/୧ରେ ପରାଜୟ କରି ଆଜି ସେମିଫାଇନାଲରେ ପ୍ରବେଶ କରିଛି l ସେମିଫାଇନାଲରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ ମ୍ୟାଚ ହେବ ବୋଲି ଫୁଟବଲ କୋଚ ରାଜେଶ ମହାନ୍ତି କହିଛନ୍ତି l