ମୁୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚହ୍ୱାଣ ଦଳର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର ସମ୍ଭାବନା ଅଧିକ ରହିଛି । ତେବେ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ । କିଛି ଦିନ ପୂର୍ବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ମଧ୍ୟ କଂଗ୍ରେସ ଛାଡିଥିଲେ ।
ସୂଚନା ଅନୁଯାୟୀ, ବିଜେପିରେ ସାମିଲ୍ ହେଲେ ଚହ୍ୱାଣକୁ ଦଳ ରାଜ୍ୟସଭା ପଠାଇପାରେ । ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ବିଜେପି ରଣନୀତିରେ ପରିବର୍ତନ କରିବାକୁ ଯାଉଛି । ଆଉ ରାଜ୍ୟସଭାର ଅନେକ ବଡ ନେତାଙ୍କୁ ଲୋକସଭା ନିର୍ବାଚନ ପାଇଁ ମଇଦାନରେ ଓହ୍ଲାଇପାରେ । ନିକଟରେ ବିଜେପି ୧୩ ଜଣଙ୍କ ତାଲିକା ଜାରି କରାଯାଇଛି, ଯେଉଁମାନଙ୍କୁ ରାଜ୍ୟସଭା ଦଳ ପଠାଉଛି ।
ଅଶୋକ ଚହ୍ୱାଣ ସେହି ସମୟରେ ଦଳ ଛାଡିଛନ୍ତି ଯେତେବେଳେ କିଛି ଦିନ ପୂର୍ବେ ସିଦ୍ଦିକି କଂଗ୍ରେସର ହାତ ଛାଡଥିଲେ । ଚହ୍ୱାଣ ଏକ୍ସରେ ଲେଖିଛନ୍ତି, ମୁଁ ଜଣେ କିଶୋର ହିସାବରେ କଂଗ୍ରେସରେ ସାମିଲ ହୋଇଥିଲେ । ୪୮ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ସମାପ୍ତ ହୋଇଛି । ଆଜି ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରାଥମିକତା ସଦସ୍ୟତାରୁ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଇଛି ।