Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଧକ୍କା ରେ ଗୁରୁତର ବାଇକ ଆରୋହିଙ୍କ ଚିକିତ୍ସାଧୀନ ମୃତ୍ୟୁ

ଚିପିଲିମା, ସମ୍ବଲପୁର ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ସ୍ଥିତି ଗୋଶାଳା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ରବିବାର ସନ୍ଧ୍ୟାରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ସମ୍ବଲପୁର ଧନକୌଡା ବ୍ଲକ ଅନ୍ଧାରିପତ୍ରା ର ମନୋଜ ନାଗ ବୋଲି ସୂଚନା ରହିଛି l ଏନେଇ ବୁର୍ଲା ଥାନାରେ ଅପ ମୃତ୍ୟୁ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି l ମନୋଜ ନାଗ ଓଡି /୦୩ଏଲ /୬୦୯୫ ବାଇକରେ ସମ୍ବଲପୁର ପଟରୁ ବରଗଡ ଅଭିମୁଖେ ଆସି ଅପର ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପକୁ ଯିବାକୁ ରାସ୍ତା ଅତିକ୍ରମ କରୁଥିବାବେଳେ ସମ୍ବଲପୁର ପଟରୁ ବରଗଡ଼ ପଟକୁ ଯାଉଥିବା ଓଡି /୦୫ଜେଡି /୫୦୩୩ ନମ୍ବରର ଏକ ଟ୍ରକ ଧକ୍କା ଦେଇଥିଲା l ଫଳରେ ମନୋଜ ନାଗ ଗୁରୁତର ଭାବରେ ଉଦ୍ଧାର ପରେ ବୁର୍ଲା ମେଡିକାଲରେ ଚିତ୍ସାଧୀନ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ