ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହରିହର ଜୋର୍ ଜଳସେଚନ ପ୍ରକଳ୍ପ ( ଠେଙ୍ଗୋ ଡେମ ) ଡାକ ବଙ୍ଗଳା ନିକଟରେ ଉପଖଣ୍ଡ ସାମ୍ବାଦିକ ସଂଘ ର ଏକ ଜରୁରୀ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା l ବଣଭୋଜି ସଙ୍ଗେ ଡ୍ୟାମ ରେ ନୌକା ବିହାର (ଇକୋ ଟୁରିଜିମ) ଆଦି କରିବା ପରେ ସଂଘ ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି ଙ୍କ ପୌରହିତ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଅଞ୍ଚଳର ବିକାଶ ପାଇଁ ଗଣମାଧ୍ୟମ ର ଭୂମିକା ଉପରେ ସଂଘର ବରିଷ୍ଠ ସଦସ୍ୟ ମାନେ ଆଲୋଚନା କରିଥିଲେ I ବିଶେଷ କରି ଜନ୍ତ୍ରଚାଳିତ ମଟର ବୋଟ୍ ରେ ଡେମ ଭିତରେ ବୁଲିବାକୁ ଯାଉଥିବା ପର୍ଯ୍ୟଟକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଦୁଇ ଶହ ଟଙ୍କା ନିଆ ଯାଉଥିବା କଥା ଉପସ୍ଥାପନ କରିଥିଲେ ସଂଘ ସମ୍ପାଦକ ବାସୁଦେବ ପଣ୍ଡା I ପାଣିରେ ବୁଲିବାକୁ କେବଳ ଦଶ ରୁ ପନ୍ଦର ମିନିଟ ସମୟ ଲାଗୁଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋହଳ କରିବାକୁ ମତ ପ୍ରକାଶ ପାଇଥିଲା I ଏ ସମ୍ପର୍କରେ ଦାୟିତ୍ଵ ଥିବା ବନବିଭାଗ କୁ ସଂଘ ପକ୍ଷରୁ ଅନୁରୋଧ କରିବାକୁ ପ୍ରସ୍ତାବ ନିଆଯାଇଥିଲା I ଚାରିଆଡ଼େ ଜଙ୍ଗଲ ଘେରା ଥିବା ଏବଂ ନିକଟରେ ଏକ ତୀର୍ଥ ସ୍ଥଳଥିବା ପାତାଳୀ ଶ୍ରୀକ୍ଷେତ୍ର ପାଇଁ ବହୁ ଦୂରଦୂରାନ୍ତରୁ ନିତିଦିନ ଏଠାକୁ ଅନେକ ଲୋକ ଙ୍କ ସମାଗମ ତଥା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ବଣଭୋଜି ପାଇଁ ଆସିଥାନ୍ତି I ଏଠାରେ ଏକ ଶିଶୁ ଉଦ୍ୟାନ ତଥା ହରିଣ ପାର୍କ ର ଆବଶ୍ୟକତା ଥିବା ବରିଷ୍ଠ ସଦସ୍ୟ ସୌମିତ୍ରି ମେହେର ପ୍ରକାଶ କରି ଥିବାବେଳେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା l ଆଲୋଚନାରେ ଅନ୍ୟତମ ସଭ୍ଯ ନନ୍ଦ କିଶୋର ମିଶ୍ର କହିଲେ ଯେ ଜଳସେଚନବିଭାଗ ଅଧୀନରେଥିବା ଡାକବଙ୍ଗଳା ଭାଙ୍ଗି ରୁଜି ଫୁଙ୍ଗୁଳା ହୋଇ ଭୂତ କୋଠିପlଲଟି ଥିବାରୁ ପୁନଃରୁଦ୍ଧାରର ଆବଶ୍ୟକତା ରହି ଥିବାବେଳେ ଏ ସବୁ ବିଭିନ୍ନ ସମସ୍ୟା ଗୁଡିକ ଲୋକଲୋଚନକୁ ଆଣିବା ଆମ ଗଣମାଧ୍ୟମ ର ଭୂମିକା ରହିଛି I ଅନ୍ୟମାନଙ୍କ ମଧ୍ୟରେ , ନମିତା ହୋତା , ଆଦିତ୍ୟ ପ୍ରସାଦ ମିଶ୍ର , ରାଧାକାନ୍ତ ବାଘ , ରାଜେଶ ସେଠୀ , ସୁଧୀର ବିଶାଳ , ନିଲ କମଳ ମିଶ୍ର , କମଳ ପରିଛା , କୁଶ ବଘାର , ଉରୁକ୍ରମ ପାଣ୍ଡିଆ , ସତ୍ୟବ୍ରତ ପଧାନ , କିଶୋର ହୋତା , ରାଧାକାନ୍ତ ବାଘ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଯୁଗଳ ମିଶ୍ର ଙ୍କ ଆବାହକତ୍ବ ତଥା ସତ୍ୟବାନ ପୁରୋହିତ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ 30 ରୁ ଉର୍ଦ୍ଧ୍ବ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ I ଏଠାକୁ ଦୈନିକ ଶହଶହ ପର୍ଯ୍ୟଟକ ସଙ୍ଗେ ଛାତ୍ରଛାତ୍ରୀ ବିଭିନ୍ନ ଗାଡି ମୋଟର ତଥା ବସ୍ ଯୋଗେ ବୁଲିବାକୁ ଏବଂ ବଣଭୋଜି ପାଇଁ ଆସୁଥିବା ବେଳେ ସେମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନ ଥିବାରୁ ବହୁ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ ଯୁବ ସାମ୍ବାଦିକ ପିତାମ୍ବର ସାହୁ I ଶେଷରେ ବରିଷ୍ଠ ସଭ୍ୟ ରବିନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ I
ଅଞ୍ଚଳର ବିକାଶ ପାଇଁ ଗଣମାଧ୍ୟମ ର ଭୂମିକା ଉପରେ ଉପଖଣ୍ଡ ସାମ୍ବାଦିକ ସଂଘ ରେ ଆଲୋଚନା
