ମା ଖମ୍ବେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ କେଉଟି ପାଲି କୁ ହରାଇ ସୁବଳୟା ଚମ୍ପିଆନ୍


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତମହୁଲ ପଞ୍ଚାୟତ ର ଟେଭାପଦର ଖେଳପଡ଼ିଆରେ ହେଉଥିବା ୧୩ତମ ମା’ ଖମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କେଉଟିପାଲି କୁ ହରାଇ ସୁବଳୟା ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ସୁବଳୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ ଉଇକେଟ ହରାଇ ୧୫୯ ରନ କରିଥିଲା । ଜବାବରେ କେଉଟିପାଲି ଦଳ ନିର୍ଦ୍ଧାରିତ ୧୪.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୫୬ ରନ କରିଥିଲା । ଦ୍ଵିତୀୟ ଫର୍ମାଟ ରେ ସୁବଳୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୧୧୪ ରନ କରିଥିଲା । ଜବାବରେ କେଉଟିପାଲି ଦଳ ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୬୫ ରନ କରିଥିଲା । ଉଭୟ ଫର୍ମାଟ ରେ ବିଜୟୀ ହୋଇ ସୁବଳୟା ଚାମ୍ପିଅନ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଭାପତି ରୁଦ୍ରପ୍ରସାଦ ମହାକୁର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ହିଲୁଙ୍ଗ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାଲିକ ମୁଖ୍ୟଅତିଥି ଏବଂ ଶିକ୍ଷକ ମନରଞ୍ଜନ ବାଘ , ବହଳପଦର ସେବା ସମବାୟ ସମିତିର ସଂପାଦକ ପ୍ରଫୁଲ୍ଲ ଦନ୍ତା , ସରପଞ୍ଚ ପ୍ରତିନିଧି ପ୍ରଦୀପ ବଢିଆ , ପୂର୍ବତନ ସରପଞ୍ଚ ସରୋଜ ବାରିକ , କ୍ରିଡ଼ାବିତ ଶ୍ରୀକାନ୍ତ କର୍ମୀ , ସତ୍ୟପ୍ରିୟ ମହାକୁର, କୁଶଧର ମହାକୁର , ଚମରା ବାଘ , ଚୈତନ୍ୟ ମେହେର ଓ ଜଗଦୀଶ ଡାଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କେଉଟିପାଲି ର ଦୈତାରି ବେହେରା ଙ୍କୁ ଶ୍ରେଷ୍ଠ ଫିଲ୍ଡର , ସୁବଳୟା ର ପ୍ରକାଶ ବେହେରା ଙ୍କୁ ମ୍ୟାନ ଅଫ ଦି ଫାଇନାଲ , ଉମାକାନ୍ତ ନାଏକ ଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ସୁବଳୟା ଦଳ କୁ ନଗଦ ୯ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା କେଉଟିପାଲି ଦଳକୁ ନଗଦ ୬ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚ ରେ ଅରୁଣ ମହାକୁର ଓ ଜଟେଶ୍ୱର ବାଦୀ ଅମ୍ପାୟାର , ଦେବାଶିଷ ଖେତି ସ୍କୋରର ଏବଂ ବିନୋଦ ମହାକୁର ଓ ଧିରେନ ସାହୁ ଧାରାବିବରଣି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସୁଧିର ମହାକୁର , ଘନଶ୍ୟାମ କର୍ମୀ , ଆଶିଷ ଖେତି , ରତନ କର୍ଡିଆ , ସନତ ମହାକୁର , ଅରବିନ୍ଦ ଓ ମନୋଜ କର୍ମୀ ସହଯୋଗ କରିଥିଲେ।