କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରତିକାତ୍ମକ ଧାରଣା


ବୀରମହାରାଜପୁର : ( ସୌମିତ୍ରି ମେହେର ) ରାଜ୍ୟ ସଂଗଠନର ନିଷ୍ପତ୍ତି କ୍ରମେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୈନିକ ଏକଘଣ୍ଟା କାର୍ଯ୍ୟବନ୍ଦ ସହ କଳାବ୍ୟାଚ୍ ପିନ୍ଧି ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟ କରିବା ସହ ପ୍ରତିକାତ୍ମକ ଧାରଣା ଜାରି ରହିଛନ୍ତି । ଅଧ୍ୟାପକ ଓ କର୍ମଚାରୀ ସଂଘର ୪ ଦଫା ଦାବି ନେଇ ବର୍ଷେ ହେବ ଭୁବନେଶ୍ୱର ରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ ଜାରି ରଖାଯାଇଥିଲା । ଗତ ୬ ତାରିଖ ସରକାରଙ୍କ ସହ ଆଲୋଚନା ପରେ ସାମୟିକ ଭାବେ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା । ସଂଘର ନିଷ୍ପତ୍ତି କ୍ରମେ ରାଜ୍ୟର ୬୬୨ ବର୍ଗର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ପ୍ରତିଦିନ ଏକଘଣ୍ଟା କାର୍ଯ୍ୟବନ୍ଦ କରାଯାଉଅଛି । ପେନସନ୍ ପ୍ରଦାନ , ସମାନ କାର୍ଯ୍ୟକୁ ସମାନ ଦରମା , ୭ମ ବେତନ ପ୍ରଦାନ ଭଳି ଦାବୀ ପୂରଣ ନିମନ୍ତେ ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି । ସରକାର ଙ୍କ ପକ୍ଷରୁ କୈାଣସି ନିଷ୍ପତ୍ତି ନିଆ ନଗଲେ ଆନ୍ଦୋଳନକୁ ବ୍ୟାପକ କରାହେବ ବୋଲି ସଭାପତି ଶ୍ରୀ ଗୋଲକ ନାୟକ ଚେତାବନୀ ଦେଇଛନ୍ତି ।