ସୁବଳୟା କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ


ବୀରମହାରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଯୁକ୍ତ ଦୁଇ କଲେଜରେ ଆୟୋଜିତ ହେଉଥିବା ରାଜ୍ୟ ସରକାରଙ୍କ ‘ନୂଆ- ଓ ‘ ପକ୍ଷରୁ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଭୋଲାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ଅତିଥି ଓ ଧର୍ମଶାଳା କଲେଜର ଓଡିଆ ପ୍ରଧ୍ୟାପକ ପୁରୁଷୋତ୍ତମ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ପ୍ରଜ୍ଞା କଳ୍ପିତା ନାୟକ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରମାକାନ୍ତ ପୁରୋହିତ , ଅନ୍ନଦା ମିଶ୍ର , ଅର୍ପିତା ନାୟକ , ସୁରେନ୍ଦ୍ର ସାହୁ , ଗୋପାଳ ଭୋଇ , ହର ସାହୁ , ଶମ୍ଭୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।