ସମାରୋହ ମଧ୍ୟରେ ବିଟିଆଇ ରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ


ଚିପିଲିମା ୧୨ /୨ ସମ୍ବଲପୁର ଜିଲ୍ଲା ବସନ୍ତପୁର ସ୍ଥିତ ବୁର୍ଲା ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ(ବିଟିଆଇ )ବୁର୍ଲା ପ୍ରାଙ୍ଗଣରେ ବିଟିଆଇ ର କମାନଡାଣ୍ଟ ଲକ୍ଷ୍ମଣ ସିଂ ଙ୍କ ଅଧ୍ୟକ୍ଷତାରେ ଦିକ୍ଷାନ୍ତ ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏଡିଜିପି ଓଡିଶା ଆର. ପି. କୋଚେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଶ୍ରୀ କୋଚେ ନିଜ ଅଭିଭାଷଣରେ ଶିକ୍ଷ୍ୟାର୍ଥୀ ମାନଙ୍କୁ ଦେଶ ଓ ମାତୃଭୂମିର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଓଡ଼ିଶା ପୋଲିସ ଇନ୍ସପେକ୍ଟର ଜେନେରାଲ ଉତ୍ତର ସୀମା ହିମାଂଶୁ ଲାଲ,ସମ୍ବଲପୁର ପୋଲିସ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ଗ୍ରୁପ କେନ୍ଦ୍ର କମାନଡାଣ୍ଟ ବିଜୟ କୁମାର, ସମ୍ବଲପୁର ସୈନିକ ସ୍କୁଲ ଅଧ୍ୟକ୍ଷ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଲୋକ କୁମାର , କମାନଡାଣ୍ଟ ଦେବଗଡ଼ ଏସପି ତମାଙ୍ଗ , ଝାରସୁଗୁଡ଼ା କମାନଡାଣ୍ଟ ଭବାନୀ ସେଠ ପ୍ରମୁଖ ସାମ୍ନାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ l ପ୍ରଶିକ୍ଷଣ ଅନୁଷ୍ଠାନର କମାନଡାଣ୍ଟ ଲକ୍ଷ୍ମଣ ସିଂ ତାଲିମ ପ୍ରଶିକ୍ଷଣ ବିବରଣୀ ପାଠକରିଥିଲେ l ୨୦୨୩-୨୦୨୪ ପ୍ରଶିକ୍ଷଣ ବର୍ଷରେ ମୋଟ ୧୦୦୫ ଜଣ ଶିକ୍ଷ୍ୟାର୍ଥି ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନରୁ ତାଲିମ ପ୍ରଦାନ କରାଯାଇଥିଲା l ଏହି ତାଲିମ ଅବସରରେ ଶାରୀରିକ ଶିକ୍ଷା, ଆଇନ ସମ୍ବନ୍ଧୀୟ ଶିକ୍ଷା,ପୋଲିସ ଡ୍ୟୁଟି,ଜନସାଧାରଣ ପ୍ରତି ଆଚରଣ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ,ଅଗ୍ନି ନିର୍ବlପକ,ବୋମା ନିଷ୍କାସନ, ସାଇବର ଅପରାଧ ଆଦି ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l ଏହି ଅନୁଷ୍ଠାନ ରେ ତାଲିମ ବ୍ୟତୀତ ଶିକ୍ଷାର୍ଥୀ ମାନଙ୍କୁ ନେଇ ଫୁଟବଲ ,କ୍ରିକେଟ, ଭଲିବଲ ଭଳି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା l ଶୀକ୍ଷ୍ୟାର୍ଥି ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଅନୁଷ୍ଠାନ ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଡେପୁଟି କମାନଡାଣ୍ଟ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l