ବୀରମହାରାଜପୁର ବାଳକ ହାଇସ୍କୁଲ ରେ ପରିବେଶ ସୁରକ୍ଷା ଉପରେ ଆଲୋଚନା ଚକ୍ର

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ହାଇସ୍କୁଲ ରେ ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସୋମବାର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଯୁବ ଓ ପରିବେଶ କ୍ଲବ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ” ପରିବେଶ ସୁରକ୍ଷା ଏକ ଆହ୍ବାନ” ଆଲୋଚନା ଚକ୍ର ର ଶୀର୍ଷକ ଥିଲା । ସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସ୍ମିତା ଭୋଇ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପରିବେଶ ସୁରକ୍ଷା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । କ୍ଲବ ଦାୟିତ୍ଵ ରେ ଥିବା ଶିକ୍ଷୟିତ୍ରି ଜ୍ୟୋତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶିକ୍ଷକ ଓ ଛାତ୍ରମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।