Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ ସତସଙ୍ଗ କେନ୍ଦ୍ର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ୧୩୬ ତମ ଜନ୍ମୋତ୍ସବ ପାଳନ।

କୋକସରା:୧୩/୦୨
ଜୁନାଗଡ ସତସଙ୍ଗ କେନ୍ଦ୍ର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ୧୩୬ ତମ ଜନ୍ମୋତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ଧର୍ମ ସଭାରେ ସଭାପତିତ୍ବ ଶ୍ରୀ ଶ୍ରୀ ଠାକୁର ଙ୍କ ରୀତ୍ୱିକ ଦେବତା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ। ଭଜନ କୀର୍ତ୍ତନ ଓ କୋରସ ରେ ଅନେକ ଭକ୍ତ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭିକ ଆଲୋଚନା କରିଥିଲେ କୋକସରା ଡିଗ୍ରୀ କଲେଜ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜଗନ୍ ଚନ୍ଦାନି। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଡାକ୍ତର ଅସୀମ ଘୋଷ ଶ୍ରୀ ଶ୍ରୀ ଠାକୁର ଙ୍କ ଭାବାଦର୍ଶ ଆଜିର ମଣିଷ ର ସମସ୍ତ ସମସ୍ୟା ସମାଧାନ ପାଇଁ ଅତ୍ୟନ୍ତ ଆବଶ୍ୟକ ସେ ଉପରେ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଜନ ରେ ଅଂଶ ଗ୍ରହଣ କରିଥିଲେ ଶ୍ରୀମତୀ ରିଙ୍କି ପଣ୍ଡା, ନନ୍ଦିନୀ ଧଳ, ସୁଶ୍ରୀ ସୂତପା ପୃଷ୍ଟି, ଶ୍ରୀଯୁକ୍ତ ମଧୁସୂଦନ ସାହୁ, ଗୌତମ ବାଗ ପ୍ରମୁଖ। କୋରସ୍ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ରସାନନ୍ଦ ପଣ୍ଡା। କୀର୍ତ୍ତନ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ଡା ଓ ତାଙ୍କୁ ସହଯୋଗ କରିଥିଲେ ଯାଜକ ଶ୍ରୀଯୁକ୍ତ ସଞ୍ଜୟ ପଣ୍ଡା, ଅଧର୍ଯୁ ଇଶ୍ଵର ବେହେରା, ଭୂପେନ ଭାଇ ଓ ଅନ୍ୟ ମାନେ। ଭଣ୍ଡାରରେ ପ୍ରସାଦ ବିତରଣ ଓ ବ୍ୟବସ୍ଥାପନା ର ଦାୟିତ୍ବ ନେଇଥିଲେ ସର୍ବ ଶ୍ରୀଯୁକ୍ତ ମଧୁସୂଦନ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା,ଅଶ୍ୱିନ ପଣ୍ଡା, ସତ୍ୟ ରଥ, ଶିବାନନ୍ଦ ପାତ୍ର, ସରୋଜ କୁମାର ବରାଳ, ଅଭିମନ୍ୟୁ ବାରିକ, ପ୍ରବୀର ନାୟକ, ଆଦିତ୍ୟ କୁମାର ପଣ୍ଡା, ବୁଡ଼ା ଭାଇ, ଧିରେନ ପଣ୍ଡା, ଦୁର୍ଯୋଧନ ରଣା, ନରୋତ୍ତମ ମେହେର, ମହେନ୍ଦ୍ର ସାହୁ, ଦେବେନ୍ଦ୍ର ବେହେରା, ବିନୋଦ ପାଣିଗ୍ରାହୀ, ନରେନ୍ଦ୍ର ମେହେର, ରାଧେଶ୍ୟାମ ଭଦ୍ର ପ୍ରମୁଖ ସାଜସଜ୍ଜା ରେ ଥିଲେ । ଯଶବନ୍ତ ପଟେଲ, ସରୋଜ ଧଙ୍ଗଡା ମାଝି, ଅମିୟ ଜେନା ଓ ଗିରିଧାରୀ ଗୋପାଲ। ଅତିଥି ସତ୍କାର ରେ ଥିଲେ ସର୍ବ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ନାୟକ ( ପୂର୍ବତନ ବ୍ଲକ ଅଧ୍ୟକ୍ଷ), ଅଭିମନ୍ୟୁ ବାରିକ ଓ ପ୍ରବୀର ନାୟକ ପ୍ରମୁଖ ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ ତାପସ ବିହାରୀ।ଏହି ଅବସର ରେ ମାତୃ ସମ୍ମିଲନୀ ରେ ଶ୍ରୀ ଶ୍ରୀ ଠାକୁର ଙ୍କ ଭାବାଦର୍ଶ ଉପରେ ଆଲୋଚନା କରିଥଲେ ଶ୍ରୀମତୀ ଦୀପ୍ତି ରାଣୀ ରଥ ମା ଓ ମୂଖ୍ୟ ବକ୍ତା ଶ୍ରୀମତି ପ୍ରବୀଣା ପଣ୍ଡା ମା। ସମ୍ମିଳନୀ କୁ ପରିଚାଳନା କରିଥଲେ ଶ୍ରୀମତୀ ଶାନ୍ତିଲତା ନାୟକ ମା ସମସ୍ତ ଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟକ୍ରମ ଟି ସୂଚାରୁ ରୁପେ ସମ୍ପାଦିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories