Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ପଞ୍ଚାୟତ ହାଇସ୍କୁଲ ୧୯୯୯ ବ୍ୟାଚ ପାରିବାରିକ ବନ୍ଧୁମିଳନ ରୌପ୍ୟଜୟନ୍ତୀ

ଚିପିଲିମା, ପଞ୍ଚାୟତ ହାଇସ୍କୁଲ ରେ ପାଠ ୧୯୯୯ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉକ୍ତ ସ୍କୁଲ ରେ ଏକ ପାରିବାରିକ ବନ୍ଧୁମିଳନ ରୌପ୍ୟଜୟନ୍ତୀ ର ଆୟୋଜନ ହୋଇଥିଲା l ଏହି ଅବସରରେ ଗତ ରବିବାର ଏକ ବଣଭୋଜି ର ଆୟୋଜନ ହୋଇଥିବାବେଳେ, ନାଚ ଗୀତ କ୍ଯୁଇଜ଼ ଆଦିର ଆସର ମଧ୍ୟ ହୋଇଥିଲା l ସମସ୍ତଙ୍କ ମଧ୍ୟରେ ଭାବର ବିନିମୟ ହୋଇଥିବାବେଳେ ଅତ୍ୟନ୍ତ ଖୁସିରେ ସମସ୍ତେ ନାଚ ଗୀତର ମଜା ନେଇଥିଲେ l ଶାନ୍ତି ଶୃଙ୍ଖଳା ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା l ସନ୍ତୋଷ ଦାସ, ସୁଶାନ୍ତ ବୁଡ଼ା, ସୁବ୍ରତ ଗୁରୁ, ସପନ କୁମାର ମିଶ୍ର ମହେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଏପରି ଏକ ବିଶାଳ ପାରିବାରିକ ବନ୍ଧୁମିଳନ ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା l ଏପରି ଏକ କାର୍ଯ୍ୟକ୍ରମ ରେ ସମସ୍ତଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ