ବିକାଶ ନକ୍ସା ଆଙ୍କିଛି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଗ୍ରାମାଞ୍ଚଳ ଭିତ୍ତିଭୂମି ପ୍ରୟାସ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡ଼ିକ ଉପରେ ପଞ୍ଚାୟତର ଜନସାଧାରଣଙ୍କୁ ସଚେତନତା ଏବଂ ଲୋକାଭିମୁଖୀ ଲକ୍ଷ୍ୟ ନେଇ ୫-ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସୁବଳୟା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଉପାଧ୍ୟକ୍ଷ ନାରାୟଣ ଲୁହା , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ଆତ୍ମା ଅଧ୍ୟକ୍ଷ ବିବୁସ୍ପତି ପଣ୍ଡା , ସ୍ଥାନୀୟ ସମିତି ସଭ୍ୟ ଲିଲି ମେହେର , କମିରା ସରପଞ୍ଚ ଅନୁସୟା ପଧାନ , ଏବିଡିଓ ପୁରୁଷୋତ୍ତମ ଧାରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା’ ଆମ ଓଡ଼ିଶା ନବୀନ ଓଡ଼ିଶା’, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା , ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା , କାଳିଆ ଯୋଜନା ଭଳି ଅନେକ ଜନହିତକର ଯୋଜନା ଦ୍ବାରା ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ ହେବାକୁ ଯାଉଛି ବୋଲି ଉପାଧ୍ୟକ୍ଷ ଶ୍ରୀ ଲୁହା ମତ ପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ପଞ୍ଚାୟତର ବିକାଶ ନେଇ ପୁସ୍ତକ ବଣ୍ଟନ କରାଯାଇଥିଲା । ଏଥିରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ରେ ଉକ୍ତ ପଞ୍ଚାୟତ ୧୩ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଅନୁଦାନ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୧୮୪ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ , ୫୬୯ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା , ୨୧୭୮ ପରିବାରକୁ ରାସନ କାର୍ଡ , ୩୬ ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ୬୯ ଲକ୍ଷ ଟଙ୍କା ଋଣ ପ୍ରଦାନ , ୧୧୦୭ ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ , ୩୦୭ ଜଣ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ଉଲ୍ଲେଖ ରହିଛି l