ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ର ବୁଧବାର ଥିଲା ୫ମ ଦିବସ । ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜସେବୀ କୁର୍ତିବାସ ମିଶ୍ର ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ । ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି ଅବସରରେ ୫ମ ସନ୍ଧ୍ୟା ରେ ସଂଗୀତ ସାଧନା ଲୋଇସିଂହା ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାଗବତ ସପ୍ତାହ ପାରାୟଣ ରେ ରୁକ୍ମିଣୀ ବିବାହ ପଠନ ହୋଇଥିଲା । ଏଥିରେ ବ୍ୟାସ ଭାବରେ ସୁଧିର ପୁରୋହିତ , କର୍ତ୍ତା ଭାବେ ଚିତ୍ତରଞ୍ଜନ ପାଢୀ ଓ ଗୈରୀ ପାଢୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ବାଦ୍ୟଯନ୍ତ୍ର ତଥା ସହଯୋଗ ରେ ନରେନ୍ଦ୍ର ବାଘ , ପଞ୍ଚାନନ ମନ୍ତ୍ରୀ , ବିଦ୍ୟାଧର ସେଠୀ , ଜାନକୀରାମ ଦେହେରୀ , ଚମରା ସେଠୀ କାର୍ଯ୍ୟ ତୁଳାଉଥିବା ବେଳେ ଭାଗବତ ସପ୍ତାହ ପାରାୟଣ ରେ ପ୍ରମୁଖ ଦାୟିତ୍ଵ ଭାବରେ ବୀରମିତ୍ର ପଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଟ୍ରଷ୍ଟ ସଦସ୍ୟ ଜଗଦିଶ କର୍ଣ୍ଣ ଓ ମହାଦେବ ସାହୁ ସହଯୋଗ କରିଥିଲେ । ମହୋତ୍ସବ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ପ୍ରଭୁକୃପା ପାଇଁ ଦୂରଦୂରାନ୍ତରୁ ଆସିଥିଲେ ।
ପାତାଳୀ ମହୋତ୍ସବ ର ପଞ୍ଚମ ଦିବସରେ ସାଂସ୍କୁତିକ ବାର୍ତ୍ତା ପ୍ରଦାନ କଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା
