Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବା ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଗାଁ ପ୍ରତିଭା ସମ୍ମାନ ପ୍ରଦାନ

ଚିପିଲିମା( ଗୋଡ଼ଭଗା )ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ କାଦୋବାହାଲ ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବରେ ଅନୁଷ୍ଠାନ ର ସେବା କାର୍ଯ୍ୟ ଯଥା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ, କୁଷ୍ଠ ରୋଗୀ ମାନଙ୍କ ସେବା, ଅସହାୟ ଲୋକଙ୍କୁ ସାହାଯ୍ୟ ଇତ୍ୟାଦି କାର୍ଯ୍ୟ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଗାଁ ପ୍ରତିଭା ସମ୍ମାନ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି,ଏହି ସମ୍ମାନ କୁ ଅତାବିରା ଲାଇନ୍ ବିଭାଗର ର ମୁଖ୍ୟ,ବିଇଓ,ସିଆରସିସି ଓ ବିଦ୍ୟାଳୟ ର ମୁଖ୍ୟ ଙ୍କ ଦ୍ଵାରା ଅନୁଷ୍ଠାନ କୁ ସମ୍ମାନିତ କରାଯାଇଥିଲା,ଏହି ସମ୍ମାନ କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା/ ସଭାପତି ଶ୍ରୀ ମୁକୁନ୍ଦ ଦାଶ,ଆଜୀବନ ସଦସ୍ୟ ଶ୍ରୀ ଶ୍ୟାମସୁନ୍ଦର ମେହେର,ଆଜୀବନ ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା ଉପସ୍ଥିତ ରହି ସମ୍ମାନ ପତ୍ର କୁ ଗ୍ରହଣ କରିଥିଲେ,ଏହି ପରିପ୍ରେକ୍ଷୀରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ କୁ ଏକ ପାଣିଫିଲଟର ଓ ପ୍ରତ୍ୟେକ ବର୍ଷ ଅନୁଷ୍ଠାନ ତରଫରୁ ୩୦୦୦ ଟଙ୍କା ଛାତ୍ରୀ ଓ ଛାତ୍ରୀ ମାନଙ୍କ ସେବା ପାଇଁ ପ୍ରଦାନ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ