ପାତାଳୀ ମହୋତ୍ସବ ର ଷଷ୍ଠ ଦିବସରେ ସଂସ୍କୃତି ବିଭାଗ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ପରିବେଷଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ ତମ ପାତାଳୀ ମହୋତ୍ସବର ଆଜି ଷଷ୍ଠ ଦିବସରେ ସଂସ୍କୃତି ବିଭାଗ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସୋନପୁର ମଧୁସୂଦନ ଓତା , ପୂର୍ବତନ ତରଭା ବ୍ଳକ ଅଧ୍ୟକ୍ଷ ଶତ୍ରୁଘ୍ନ ପୃଷ୍ଟି , ରାଜ୍ୟ ହାଉସିଂ ବୋର୍ଡ ସଦସ୍ୟ ରାଜକୁମାର ମିଶ୍ର , ନବ ନିର୍ମାଣ କୃଷକ ସଂଗଠନ ମହିଳା ରାଜ୍ୟ ଉପସଭାପତି ସୋନାଲି ବିଶି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ସତ୍ୟଜିତ ଗଡୁଆ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି ଅବସରରେ ଗୁରୁବାର ଷଷ୍ଠ ଦିବସରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ତ୍ରିନାଥ ନାୟକ ଓ ସାଥୀ (ପୁରୀ) ଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।