ଭବାନୀପାଟଣା, ୧୬/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ର ଜଣେ ଜଣାଶୁଣା ବିଶିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ଓ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଯିଏକି ନିଜର ଦକ୍ଷ ସାଙ୍ଗଠନିକ,ଅନୁନ୍ନତ ଅଞ୍ଚଳରେ ଉତ୍ତମ ଶିକ୍ଷା ର ପ୍ରଚାର ପ୍ରସାର ସହ ସମାଜସେବା ସହିତ ଲୋକସମ୍ପର୍କ ହିଁ ଆଜି ଟାଣି ଆଣିଛି ଦଳୀୟ ରାଜନୀତି ମୈଦାନକୁ ନିକଟ ଭବିଷ୍ୟତ 2024 ସାଧାରଣ ନିର୍ବାଚନ ରେ ନିଜକୁ ଅଧିକରୁ ଅଧିକ ଲୋକଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଛନ୍ତି| କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହର ଚୁରିହାରି ପଡ଼ା ର ନିବାସୀ ଡ଼. ନାୟକ ବର୍ଷ ବର୍ଷ ଧରି ସମାଜ ସେବା ସହ ବିଭିନ୍ନ ଉନ୍ନତି ମୂଳକ ସାମାଜିକ କାର୍ଯ୍ୟକ୍ରମ ରେ ନିଜ କୁ ନିୟୋଜିତ କରି ଜିଲ୍ଲା ରାଜ୍ୟ ତଥା ଦେଶ ବିଦେଶ ସ୍ତରରେ ମଧ୍ୟ ବହୁବାର ପୁରସ୍କୃତ ଓ ଉଚ୍ଚପ୍ରଶଂସିତ ହୋଇଥିବା ର ନଜୀର ଅଛି | କଳାହାଣ୍ଡି ଜିଲ୍ଲା ବିଶେଷ କରି ନର୍ଲା ନିର୍ବାଚନ ମଣ୍ଡଳୀର ଶତାଧିକ ବେସରକାରୀ ଅନୁଷ୍ଠାନ ସହ ନିଜକୁ ସାମିଲ କରି ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଉତ୍ତମ ଶିକ୍ଷା କର୍ମଶାଳା, ଅସହାୟ ବ୍ୟକ୍ତିଙ୍କୁ କାମଳ ବଣ୍ଟନ, ଡଷ୍ଟବିନ ବଣ୍ଟନ, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଓ ସ୍ୱାସ୍ଥ୍ୟ ଜନ ସଚେତନତା ଭଳି ବହୁ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ରେ ଅହରହ ନିଜକୁ ନିୟୋଜିତ କରି ସମାଜସେବା କରିଆସୁଛନ୍ତି | ସଦାସର୍ବଦା କିଛି ନୂତନ ଜାଗରଣ ସୃଷ୍ଟି କରିବା ଉଦ୍ୟମ ଜାରି ରଖିଛନ୍ତି |ଏହି ପରି ଜଣେ ଉଦୟ ମାନ ବ୍ୟକ୍ତି ଲୋକଙ୍କ ଅଧିକ ସେବା ର ସୁଯୋଗ ପାଇଁ ଏକ ପ୍ରତିଷ୍ଠିତ ରାଜନୀତି ଦଳ ରେ ପ୍ରାର୍ଥୀ ହେବାପାଇଁ ପ୍ରୟାସ ଜାରି ରଖିଥିବା ର ସୂଚନା ମିଳିଛି |ଦେଖିବାକୁ ରହିଲା ଆସନ୍ତା ସାଧାରଣ ନିର୍ବାଚନ ରେ କେଉଁ ରାଜନୀତି ଦଳ ତାଙ୍କୁ ଟିକେଟ ଦେବେ ତାହା ସମୟ ହିଁ କହିବ |