Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବାରହା ଫାଶରେ ଦନ୍ତା ହାତୀର ମୃତ୍ୟୁ; ଜଙ୍ଗଲ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି?

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଜିଲ୍ଲାର ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଆଜି ସକାଳୁ ସକାଳୁ ବିନିକା ବ୍ଲକ ମହଦା ନିକଟରେ ଥିବା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହକୁ ଗ୍ରାମବାସୀ ଦେଖିବା ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଂଚି ମୃତ ଦନ୍ତା ହାତୀକୁ ଉଦ୍ଧାର କରିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ବାରାହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦନ୍ତାର ମୃତ୍ୟୁ ହୋଇଥିବା ବିନିକା ରେଞ୍ଜର ପ୍ରକାଶ କରିଥିବା ବେଳେ ବନବିଭିଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। ତେବେ ବାରମ୍ବାର ସୁବର୍ଣ୍ଣପୁର ଜିଲ୍ଲାରେ ହାତୀ ମୃତ୍ୟୁ ହେଉଥିବା ବେଳେ ବେଆଇନ ଭାବେ ଜନ୍ତୁ ଶୀକାର ତଥା ଜଙ୍ଗଲ ମାଫିଆମାନଙ୍କ ପାଇଁ ନିରିହ ଜନ୍ତୁମାନଙ୍କର ପ୍ରାଣହାନୀ ହେଉଛି ବୋଲି ସାଧାରଣ ଲୋକ ପ୍ରକାଶ କରୁଥିବା ବେଳେ ଜଙ୍ଗଲ ବିଭାଗର କର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।