Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଉଦ୍ୟୋଗୀ ଜି ସି ଫ୍ୟାନ ର ମାଲିକ ହରିଶ ଅକାଳ ବିୟୋଗ।

ଗୋପାଳପୁର,୧୬/୦୨
ଗୋଳନ୍ଥରା ଅଞ୍ଚଳର ଯୁବ ଉଦ୍ୟୋଗୀ ତଥା ସମାଜସେବୀ ହରିଶ ନାୟକଙ୍କ ଆଜି ଭୁବନେଶ୍ୱର ଠାରେ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ମୃତକ ହରିଶ ଙ୍କ ଗୋଆ, ହାଇଦ୍ରାବାଦ ଓ ଗୋଳନ୍ଥରା ଚଟି ରେ ଗତ ୨୦୦୩ ମସିହାରୁ ଜିସି ଫ୍ୟାନ ନିର୍ମାଣ କମ୍ପାନୀ କରି ଆସିଥିବା ବେଳେ ତାଙ୍କ ନିଜ ଘର ବିଶ୍ବନାଥ ପୁର ହୋଇଥିବା ବେଳେ ଗତ କିଛି ବର୍ଷ ହେବ ଗୋଳନ୍ଥରା ଚଟି ଠାରେ ପରିବାର ସହ ରହି ଆସୁଥିଲେ।ଗତ କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ପକ୍ଷରୁ ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ଆଜି ସକାଳ ୭ ଟା ବେଳେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସ୍ବର୍ଗତ ହରିଶ ଜଣେ ବ୍ୟବସାୟୀ ସହ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ବେଶ ପରିଚିତ ରହିଥିଲେ।ଏହା ସହ ରଙ୍ଗେଇଲୁଣ୍ଡା ବ୍ଲକ ପ୍ରେସ କ୍ଲବ ସହ ଜଡ଼ିତ ରହି ବିଭିନ୍ନ ସମାଜସେବା କାମରେ ସହଯୋଗ କରି ଆସୁଥିଲେ। ସ୍ବର୍ଗତ ହରିଶ ଙ୍କ ଗୋଟିଏ ପୁଅ ଗୋଟିଏ ଝିଅ ରହିଥିବା ବେଳେ ଆଜି ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଶେଷ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସମତେ ପ୍ରେସ କ୍ଲବର ସଭାପତି ରାଜିବ ଲୋଚନ ମିଶ୍ର, ଙ୍କ ସମେତ ମୁନା ପଟ୍ଟନାୟକ, ନରସିଂହ ରାଓ, ନବୀନ ଆଚାରୀ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories