Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାଲିଆପଦର, ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ସଣ୍ଢା କୁ ହରାଇ ବଡଖମାର ଦଳ ଚମ୍ପିଆନ୍

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଭାଲିଆପଦର ଠାରେ ଚାଲିଥିବା ୧୦ମ ମା’ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଷଣ୍ଢା ଦଳକୁ ପରାସ୍ତ କରି ବଡ଼ଖମାର ଦଳ ଚମ୍ପିଆନ ହୋଇଛି। ଫାଇନାଲ ଖେଳଟି ଟି -୧୦ ଓ ୮-୮ ଓଭର ବିଶିଷ୍ଟ ଦୁଇଟି ଫର୍ମାଟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଫର୍ମାଟରେ ଷଣ୍ଢା ଦଳ ପ୍ରଥମେ ବ୍ୟାଟିଂ କରି ୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୮ ରନ ସଂଗ୍ରହ କରିଥିଲା । ଜବାବରେ ବଡ଼ଖମାର ଦଳ ୭.୪ ଓଭରରେ ୩ ୱିକେଟ ହରାଇ ୫୯ ରନ କରିଥିଲା। ସେହିଭଳି ଦ୍ଵିତୀୟ ଫର୍ମାଟରେ ଷଣ୍ଢା ଦଳ ୮ ଓଭରରେ ୩ ୱିକେଟ ହରାଇ ୫୮ ରନ ସଂଗ୍ରହ କରିଥିଲା । ଜବାବରେ ବଡ଼ଖମାର ଦଳ ୬.୨ ଓଭରରେ ୫ ୱିକେଟ ହରାଇ ୫୯ ରନ ସଂଗ୍ରହ କରିନେଇଥିଲା । ଉଭୟ ଫର୍ମାଟରେ ବିଜୟୀ ହୋଇଥିବା ବଡ଼ଖମାର ଦଳ ଚମ୍ପିଆନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , କ୍ରୀଡାବିତ ନିରୋଧ ପାଣ୍ଡେ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବଡ଼ଖମାର ଦଳର ଅରବିନ୍ଦ ପଧାନଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ନିଖିଲ ପଣ୍ଡା ଓ କର୍ଣ୍ଣ ଝାଙ୍କର ଖେଳ ପରିଚାଳନା କରିଥିବାବେଳେ ସୁଧିର ପଣ୍ଡା ସ୍କୋରର ଓ ଧୁମକେତୁ ମେହେର ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଏମଏମସିସି କ୍ଲବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ l