Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଣ୍ଡହତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ଏହା ଆହରଣ କରିବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ପ୍ରୟାସ କରିବା ଆବଶ୍ୟକୀୟ । ଉତ୍ତମ ଆଚରଣ , ଶୃଙ୍ଖଳିତ ବ୍ୟବହାର ଓ କଠିନ ପରିଶ୍ରମ କଲେ ସଫଳତା ଆପେ ଆପେ ଆସିଥାଏ । ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସରକାରୀ ୟୁପି ସ୍କୁଲର ବାର୍ଷିକ ଉତ୍ସବ ରେ ଯୋଗଦେଇ ଅତିଥିମାନେ ଉକ୍ତ ମତବ୍ୟକ୍ତ କରିଛନ୍ତି। ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭାକାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ତୁଷରା କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରସନ୍ନ କୁମାର କର୍ଣ୍ଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ I ବୀରମହାରାଜପୁର ଜୋନ -୨ ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ବୌଦ ଜିଲ୍ଲା ମନୁପାଲି ସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ କରୁଣାକର ଘଣ୍ଟୁଆଳ , ଖଣ୍ଡହତା ସିଆରସିସି ନାରାୟଣ ଜଗଦଲା , ସ୍କୁଲ ପରିଚାଳନା କମିଟିର ସଭାପତି ଗଙ୍ଗାଧର ସାହୁ , ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ବଳରାମ ମିଶ୍ର ଅତିଥି ପରିଚୟ ପ୍ରଦାନ, ଶଲୋନି ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଏକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଉକ୍ତ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ବିଶ୍ଵାଳ , ବେଣୁଧର ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ପୂର୍ଣ୍ଣିମା ସାହୁ ଙ୍କୁ ଶ୍ରେଷ୍ଠ ଛାତ୍ରୀ ଓ ଗୋପୀନାଥ ପୁରୋହିତ ଙ୍କୁ ଶ୍ରେଷ୍ଠ ଛାତ୍ର, ମିଥୁନ ମେହେର ଙ୍କୁ ଶୃଙ୍ଖଳିତ ଛାତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ୨୨ ଟି ବିଭାଗର ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ପରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସଦାନନ୍ଦ ସାହୁ ,ପ୍ରିତିକା ମହାକୁର, ତନୟାବତି ଭୋଇ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଶିକ୍ଷକ ପର୍ତ୍ତି ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ପରିଚାଳନା କମିଟିର ସଭ୍ୟ ଓ ଅଭିଭାବକ ଯୋଗଦେଇଥିଲେ।