ଭୁୁବନେଶ୍ୱର: ସାଧାରଣ ନିର୍ବାଚନ ନେଇ ଭୁୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନ ସମୀକ୍ଷା ବୈଠକ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ରାଜଧାନୀରେ ପୋଲିସ ଓ ଅର୍ଦ୍ଧ ସାମରିକ ବଳର ନୋଡାଲ ଅଫିସରଙ୍କ ସହ ସମୀକ୍ଷା କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପ୍ରଥମ ପର୍ଯ୍ୟାୟ ସମୀକ୍ଷା ଶେଷ ହୋଇଛି । ୨ୟ ପର୍ଯ୍ୟାୟରେ ଏନଫୋର୍ସମେଂଟ ଓ ଶେଷରେ ମୁଖ୍ୟ ସଚିବ, ଡିଜିପିଙ୍କ ସହ ବୈଠକ ହେବ ।
ତିିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଲୋକସଭା ସହ ଓଡିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ କେମିତି ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହେବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି । ନିର୍ବାଚନ ସମୟରେ କଳା ଟଙ୍କା ଓ ମଦ ବ୍ୟବହାର ରୋକିବା ଉପରେ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି । ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ମଧ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି । ଏଥିସହ ବିଏସଏଫ ଅଧିକାରୀ, ରିଜର୍ଭ ବ୍ୟାଙ୍କର ଅଧିକାରୀ, ପୋଷ୍ଟାଲ ଅଧିକାରୀ, ବିମାନ ବନ୍ଦର ନିର୍ଦ୍ଦେଶକ, ପିସିସିଏଫଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଡେପୁଟି କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ୟାସଙ୍କ ସମେତ ୮ ଜଣ ସମୀକ୍ଷା କରୁଛନ୍ତି । ଗତକାଲି ଜାତୀୟ ଓ ରାଜ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କସହ ନିର୍ବାଚନ ଆୟୋଗ ବୈଠକ କରିଥିଲେ ।