Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍‌ ଗ୍ୟାରେଜରେ ଅଗ୍ନିକାଣ୍ଡ; ଜଳିଗଲା ୪ବାଇକ ସହିତ ଗୋଟିଏ କାର୍‌

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଅଗ୍ନିକାଣ୍ଡ। ଏକ ବାଇକ୍ ଗ୍ୟାରେଜରେ ନିଆଁ ଲାଗି ଚାରୋଟି ବାଇକ ସହିତ ଗୋଟିଏ କାର ଜଳିଯାଇଛି। ଗତ କାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିନିକା ସହର ମଝିରେ ଥିବା ଡେଲି ମାର୍କେଟ ନିକଟରେ ଏକ ବାଇକ୍ ଗ୍ୟାରେଜରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲା। ପାଖକୁ ଯାଇ ଦେଖିଲା ବେଳକୁ ସେଠାରେ ନିଆଁ ଲାଗିଥିବା ଜାଣି ବିନିକା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କିରିଥିଲେ। ସେତେବେଳକୁ ଗ୍ୟାରେଜରେ ଥିବା ଚାରୋଟି ବାଇକ ସହିତ ଗୋଟିଏ କାର ଓ ଟ୍ୟାୟାର ଆଦିରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ଧ୍ବଂଶ ହୋଇ ଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ