କୋକସରା:୧୭/୦୨
ଆସନ୍ତା ୨୦ ତାରିଖ ଠାରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ।ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ କୋକସରା ବ୍ଲକ ର ୯ ଗୋଟି ପରୀକ୍ଷା କେନ୍ଦ୍ର ରେ ମୋଟ ୧୫୪୫ ଜଣ ଛାତ୍ରଛାତ୍ରୀ ମାନେ।ପରୀକ୍ଷା ଦେବା ନେଇ ସୂଚନା ମିଳିଛି। ଚଳିତ ବର୍ଷ ଖରା କୁ ଦୃଷ୍ଟିରେ ରଖି ସକାଳ ୭:୩୦ ରୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବା କୁ ନିର୍ଦେଶ ଦିଆଯାଇଛି। ବ୍ଲକ ର ନୋଡାଲ କେନ୍ଦ୍ର ଜବାହାର ଉଚ୍ଚ ବିଦ୍ୟାଳୟ ସମେତ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ବିଦ୍ୟାଳୟ ଆମପାଣି, ଲଡୁଗାଁ ଉଚ୍ଚ ବିଦ୍ୟାଳୟ, କାଉଡୋଳା ଉଚ୍ଚ ବିଦ୍ୟାଳୟ, ନେଗିଗୁଡା ଉଚ୍ଚ ବିଦ୍ୟାଳୟ, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା, ଡହଗାଁ ଉଚ୍ଚ ବିଦ୍ୟାଳୟ ଓ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମାଝୀଗୁଡା ରେ ପରୀକ୍ଷା କେନ୍ଦ୍ର କରାଯାଇଛି।।ପରୀକ୍ଷା ପାଇଁ ଶୃଙ୍ଗଳିତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ନେଇ କୋକସରା ନୋଡାଲ ପରୀକ୍ଷା କେନ୍ଦ୍ର ର ଅଧିକାରୀ ତଥା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସୂଚନା ଦେଇଛନ୍ତି।
କୋକସରା ବ୍ଲକ ର ୯ ପରୀକ୍ଷା କେନ୍ଦ୍ର ରେ ୧୫୪୫ ମାଟ୍ରିକ ପରୀକ୍ଷାର୍ଥୀ।
