ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଜାତୀୟ ମାନବ ଅଧିକାର ସମୁଖ୍ୟ ଦ୍ୱାରା ଆଜି ମାନବ ଅଧିକାର ସମ୍ବଧୀୟ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ମାନସ କୁମାର ମହାକୁର ଙ୍କ ଆହ୍ୱାନ କ୍ରମେ ଆୟୋଜିତ କର୍ମଶାଳା ରେ ରାଷ୍ଟ୍ରୀୟ ସଭାପତି ରମେଶ ଭାରତୀ ଯୋଗଦେଇ ଜଣେ ମାନବ ଅଧିକାର କର୍ମୀ ଏକା ସାଙ୍ଗରେ ସ୍ବେଛାସେବୀ , ସାମ୍ବାଦିକ , ଓକିଲ , ବିଚାରପତି ର କାର୍ଯ୍ୟ ତୁଲାଇବାକୁ ପଡିବ ବୋଲି ପ୍ରକାଶ କରିଥିଲେ l ଶନିବାର ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷାବିତ ଭୂଷଣ କୁମାର ପାତ୍ର , ଭଗବାନ ମିଶ୍ର , ଲଳିତ କୁମାର ସାହୁ , ଦ୍ବିତିକୃଷ୍ଣ ପଣ୍ଡା , ସାମ୍ବାଦିକ କିଶୋର ହୋତା , ଧୀରେନ୍ଦ୍ର କୁମାର ଦାନୀ , ସୁଦାମ ଗାଈଗାରିଆ , ମୀନକେତନ ମହାକୁର , ରେଣୁକା ଭୋଇ , ହୃଷିକେଶ ମେହେର ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରି ମାନବୀୟ ସେବା କୌଣସି ଯଜ୍ଞ ଓ ଧର୍ମ ଅନୁଷ୍ଠାନ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ l ଉକ୍ତ ସଚେତନ ଶିବିର ରେ ବରିଷ୍ଠ ନାଗରିକ ସଙ୍ଘ ର ସମ୍ପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ , ଗୋପୀନାଥ ମହାକୁର , କୃଷ୍ଣଚନ୍ଦ୍ର ପାଢ଼ୀ , ସୁଧାଂଶୁ କର୍ଣ୍ଣ , ଆଶ୍ରୟ ମହାନନ୍ଦ, ପ୍ରମୁଖ ଯୋଗଦେଇ ଥିବାବେଳେ ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କର୍ଣ୍ଣ ସଭା ପରିଚାଳନା କରିଥିଲେ l ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ଦ୍ଵାରା ସଚତେନତା କାର୍ଯ୍ୟକ୍ରମ
