Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନ୍ଦପୁରରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଗୋପାଳପୁର ,୧୮/୦୨
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଚାନ୍ଦପୁରୁ ଗ୍ରାମପଞ୍ଚାୟତ ଠାରେ ସରପଞ୍ଚ ଶ ସିଏଚ. ରଶ୍ମିତା ପାତ୍ରଙ୍କ ପୌରହିତ୍ୟରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା,ବିଡ଼ିଓ ଅଂଶୁମାନ ମହାପାତ୍ର,ସିଡିପିଓ ଜ୍ୟୋସ୍ନା ପାଢ଼ୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ବ୍ଲକ୍ ଅଧକ୍ଷା ସିଏଚ. ଉଷାରାଣୀ ଉପାଧ୍ୟକ୍ଷା ଅନିତା ମାହାଙ୍କୁଡ଼,ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ କୁମାର ଦାଶ, ବିଜେଡିର ବରିଷ୍ଠ ନେତା ସିଏଚ ବାଇରୀ ପାତ୍ର ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “ଆମ ଓଡ଼ିଶା ତଥା ନବୀନ ଓଡ଼ିଶା ଓ ୫ ଟି” ମାଧ୍ୟମରେ ଗ୍ରାମାଞ୍ଚଳର ବନ୍ଧ, ବିଦ୍ୟାଳୟ, ମନ୍ଦିର, ପାର୍କ, କୋଠଘର ଇତ୍ୟାଦିର ରୁପାନ୍ତିକରଣ,ମହିଳା ସଶକ୍ତି କରଣ, ଭିତ୍ତିଭୂମିର ବିକାଶ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିଧାୟକ ଶ୍ରୀ ପଣ୍ଡା କହିଥିଲେ l ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲମନ ଖୋଲା ଯାଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା l ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l କାର୍ଯ୍ୟକ୍ରମକୁ ଜିପିଓ ରୂପକ ରଞ୍ଜନ ସାମନ୍ତରାୟ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories