Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଶ୍ରଦ୍ଧା ସଞିବନୀ ରୁ ଅନ୍ତେବାସୀ ନିଖୋଜ।

ଗୋପାଳପୁର,୧୮/୦୨
ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞିବନୀ ହୋମ ରୁ ଜଣେ ବାଳିକା ଅନ୍ତେବାସୀ ନିଖୋଜ ରହିଥିବା ନେଇ ହଞମର କେୟାର ଟେକର ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବାଳିକା ଜଣଙ୍କ ଗତ ଶୁକ୍ରବାର ରାତିରେ ପାଚେରୀ ଡେଇଁ କେଉଁ ଆଡ଼େ ପଳାଇ ଯାଇଥିଲେ।ଏହା ଜଣା ପଡ଼ିବା ପରେ କର୍ମଚାରୀ ଙ୍କ ପକ୍ଷରୁ ଖୋଜାଖୋଜି କରା ଯାଇଥିବା ସତ୍ତ୍ୱେ କୌଣସି ଖୋଜ ଖବର ମିଳି ନଥିଲା।ଘଟଣା ନେଇ ହୋମ ର କେୟାର ଟେକର ସୂର୍ଯ୍ୟ ମିନ ପଣ୍ଡିତ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଅଧିକାଂଶ ସମୟରେ ସେଠାରେ ରହୁଥିବା ଅନ୍ତେବାସୀ ମାନେ କାନ୍ଥ ଡେଇଁ ନିଖୋଜ ରହିବା ପରି ଘଟଣା ମାନ ଘଟୁଥିବା ସତ୍ତ୍ୱେ ଅନ୍ତେବାସୀ ଙ୍କ ସୁରକ୍ଷା ନେଇ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରା ଯାଉନାହିଁ।ଏହା ସହ ପାଚେରୀ ରେ ଲାଗିଥିବା ଲୁହା ବାଡ଼ ଗୁଡ଼ିକ ନଷ୍ଟ ହୋଇ ଯାଇଥିବାରୁ ଅନ୍ତେବାସୀ ଙ୍କୁ କାନ୍ଥ ଡେଇଁ ପଳାଇ ଯିବାରେ ସୁବିଧା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।